ରାଜ୍ୟ

Historic Bali Yatra begins today: ଆଜିଠୁ ଐତିହାସିକ ବାଲିଯାତ୍ରା: ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

ପ୍ରାଚୀନ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ମଙ୍ଗଳବାରରୁ କଟକ ମହାନଦୀ କୂଳରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

କଟକ: ପ୍ରାଚୀନ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ମଙ୍ଗଳବାରରୁ କଟକ ମହାନଦୀ କୂଳରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାର ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସିଆ ମହାଦେଶର ସର୍ବବୃହତ୍‌ ମୁକ୍ତାକାଶ ମେଳାକୁ ଉଦ୍‌ଘାଟନ କରିବେ। ତାଙ୍କ ସହିତ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ବାଲିଯାତ୍ରା ସାଂସ୍କୃତିକ ମଞ୍ଚକୁ ଆକର୍ଷଣୀୟ କରିବା ପାଇଁ ବଲିଉଡ୍‌ ଓ ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ ଦ୍ବାରା ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ବିଶେଷକରି ପାପନ୍‌ ଓ ଅମିତ ମିଶ୍ର ଷ୍ଟାର୍‌ ନାଇଟ୍‌ରେ ବିଶେଷ ଆକର୍ଷଣ ପାଲଟିବେ।

ଏଥର ଉଭୟ ତଳ ଓ ଉପର ପଡ଼ିଆରେ ଯାତ୍ରା ଆୟୋଜନ ହେଉଥିବାରୁ ଷ୍ଟଲ୍‌ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ୨ହଜାରରୁ ଊର୍ଦ୍ଧ୍ବ ଷ୍ଟଲ୍‌ ଖୋଲୁଛି। ଦୋଳି, ହସ୍ତତନ୍ତ, ଓରମାସ୍‌, ଠୁଙ୍କାପୁରୀ, ଦହିବରା ଇତ୍ୟାଦି ଆକର୍ଷଣ ପାଲଟିବ। ଟାଇଟାନିକ୍‌ ଜାହାଜର ପ୍ରତିକୃତି, ଜାପାନ ସିଟି ଓ ଭେନିସ୍‌ ସିଟି ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିବ। ବାଲି ଓ କଳିଙ୍ଗ ନୌବାଣିଜ୍ୟ ସଂପର୍କକୁ ନେଇ ପ୍ରସ୍ତୁତ ହୋଇଥିବା କଟକ ଇନ୍‌ କଟକ ମଧ୍ୟ ଲୋକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button