ଦେଶ ବିଦେଶ

Judgement: ଆଇଡିବିଆଇ ବ୍ୟାଙ୍କ ରାଷ୍ଟ୍ରାୟତ୍ତ ସଂସ୍ଥା ନୁହେଁ: ସୁପ୍ରିମକୋର୍ଟ

ଆଇଡିବିଆଇ ବ୍ୟାଙ୍କ ଅଧିକାରୀ ସଂଘକୁ ବଡ଼ ଧରଣର ଧକ୍କା ଲାଗିଛି। ସମ୍ବିଧାନର ଧାରା ୧୨ ଅଧୀନରେ ଆଇଡିବିଆଇ ବ୍ୟାଙ୍କ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ ସରକାର ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କର କର୍ମଚାରୀ...

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କ ଅଧିକାରୀ ସଂଘକୁ ବଡ଼ ଧରଣର ଧକ୍କା ଲାଗିଛି। ସମ୍ବିଧାନର ଧାରା ୧୨ ଅଧୀନରେ ଆଇଡିବିଆଇ ବ୍ୟାଙ୍କ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ ସରକାର ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କର କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନଙ୍କ ସ୍ବାର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯିବ। ଗତ ସପ୍ତାହରେ ଜଷ୍ଟିସ ଜେ ବି ପାଦ୍ରିୱାଲାଓ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୨ରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି କରାଯାଇଥିବା ଆବେଦନକୁ ଖାରଜ କରିଥିଲେ।

ଆଇଡିବିଆଇ ବ୍ୟାଙ୍କ ସହ ମିଶ୍ରଣ ହୋଇଥିବା ୟୁନାଇଟେଡ୍‌ ୱେଷ୍ଟର୍ଣ୍ଣ ବ୍ୟାଙ୍କର କର୍ମଚାରୀମାନଙ୍କ ଲାଗି ଅବସରକାଳୀନ ଓ ଭବିଷ୍ୟନିଧି ପାଣ୍ଠିର ବ୍ୟବସ୍ଥା କରିବାକୁ ଆବେଦନରେ ଦାବି କରାଯାଇଥିଲା। ଆଇଡିବିଆଇ ବ୍ୟାଙ୍କରେ ଥିବା ୬୦% ଅଂଶଧନକୁ ସରକାର ଓ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) କାନାଡାର ଫେୟାରଫ୍ୟାକ୍ସକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ବୁଝାମଣା ରଦ୍ଦ କରିବାକୁ ବ୍ୟାଙ୍କ କର୍ମଚାରୀମାନେ ଦାବି କରୁଛନ୍ତି। ତେବେ ଦିପମ ବିଭାଗର ସଚିବ ଅରୁଣିଷ ଚାୱଲା କହିଛନ୍ତି, ଶ୍ରମ ସଂହିତା ଅଧୀନ‌ରେ ସରକାର ଓ ଏଲ୍‌ଆଇସି ନିଯୁକ୍ତିଦାତା ନୁହନ୍ତି। ଆଇଡିବିଆଇ ବ୍ୟାଙ୍କ ହେଉଛି ନିଯୁକ୍ତିଦାତା। ଚୁକ୍ତି ନିୟମ ଅଧୀନରେ ସେୟାର କ୍ରୟ ବୁଝାମଣା ଆଧାରରେ ଏହି କାରବାର କରାଯାଉଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button