ରାଜ୍ୟ

Katata Balijatra: ଓଡ଼ିଶାରେ ଉତ୍ପାଦିତ ଅନେକ ଜିନିଷର ବିଦେଶରେ ବି ଆଦର ରହିଛି: ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି। ବୈଷ୍ଣବ ପାଣି ମଞ୍ଚରେ ଦୀପ ପ୍ରଜ୍ବଳନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି।

କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି। ବୈଷ୍ଣବ ପାଣି ମଞ୍ଚରେ ଦୀପ ପ୍ରଜ୍ବଳନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ କି ବିଶ୍ୱର ବିଭିନ୍ନ ଦେଶରେ ଏବେ ଆର୍ଥିକ ଅସ୍ଥିରତା ଲାଗିରହିଛି। କିନ୍ତୁ ଭାରତର ଅର୍ଥ ବ୍ୟବସ୍ଥା ସୁଦୃଢ଼ ରହିଛି। ଓଡ଼ିଶା ପ୍ରତି ପୁଞ୍ଜିନିବେଶକାରୀଙ୍କ ଆଗ୍ରହ ବଢ଼ୁଥିବାରୁ ଆଗକୁ ଓଡ଼ିଶା ଶିଳ୍ପ ହବ୍ ହେବାକୁ ଯାଉଛି। ମଧୁବାବୁ ଓଡ଼ିଶାରେ ପ୍ରଥମେ ଉତ୍କଳ ଟ୍ୟାନେରି ଜରିଆରେ ଶିଳ୍ପ ଆରମ୍ଭ କରିଥିଲେ। ଆଗାମୀ ଦିନରେ ଯୁବପିଢ଼ି ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବେ। କଟକର ତାରକସି, କୋରାପୁଟ କଫି, କନ୍ଧମାଳ ହଳଦୀ ଏଭଳି ଅନେକ ଓଡ଼ିଶାରେ ଉତ୍ପାଦିତ ହେଉଥିବା ଜିନିଷର ବିଦେଶରେ ବି ଆଦର ରହିଛି, ଯାହା କି ଓଡ଼ିଶାର ବ୍ୟବସାୟକୁ ମଜବୁତ କରିଛି। ଓଡ଼ିଶାରେ ତିନୋଟି ବନ୍ଦରର ବେଶ୍ ଖ୍ୟାତି ରହିଛି, ପାରାଦ୍ୱୀପ ବନ୍ଦର ବିଶ୍ୱରେ ପ୍ରସିଦ୍ଧ।

ମହିଳାମାନଙ୍କ ଉର୍ଦ୍ଦେଶ୍ୟରେ ମହାମହିମ କହିଛନ୍ତି କି, ରାଜ୍ୟରେ ଲକ୍ଷପତି ଦିଦି ହୋଇ ନିଜକୁ ଆର୍ଥିକ ସକ୍ଷମ କରାଇବା ପାଇଁ ରାଜ୍ୟରେ ସୁଯୋଗ ରହିଛି। ଇଣ୍ଡୋନେସିଆ ଏବଂ ଓଡ଼ିଶାର ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ମୁଁ ଆଶା କରୁଛି। ଏଦିଗରେ ଆଧୁନିକ ବାଣିଜ୍ୟିକ ସାଂସ୍କୃତିକ ସହଯୋଗ ବଢ଼ିଲେ କୂଟନୈତିକ ସମ୍ପର୍କ ମଧ୍ୟ ମଜବୁତ ହେବ। ଇତିହାସକାରମାନେ ଓଡ଼ିଶା ଓ ଇଣ୍ଡୋନେସିଆ ବାର୍ଲି ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆହୁରି ଗବେଷଣା କରନ୍ତୁ। ବାଲିଯାତ୍ରା ବୁଲିବା ହେଲେ ପରିବେଶ କିଭଳି ପରିଷ୍କାର ରହିବ ସେନେଇ ମଧ୍ୟ ସଚେତନ ରହିବା

ବାଲିଯାତ୍ରା ଉଦ୍‌ଘାଟନ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗଡ଼ଗଡ଼ିଆ ଘାଟରେ ଡଙ୍ଗା ଭସାଇଛନ୍ତି। ତାଙ୍କ ସହ ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସରକାରଙ୍କ କିଛି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଓରମାସର ବିଭିନ୍ନ ଷ୍ଟଲ୍‌ ବୁଲିବା ସହ ମହିଳା ଉଦ୍ୟୋଗୀଙ୍କ ସହ କଥା ହୋଇଥିଲେ। ପ୍ରଥମଥର ପାଇଁ କୌଣସି ରାଷ୍ଟ୍ରପତି ବାଲିଯାତ୍ରା ଆସିବା ଏକ ଗୌରବର ବିଷୟ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button