ରାଜ୍ୟ
Chhattisgarh Police Harassment ଛତିଶଗଡ଼ ପୁଲିସର କାର୍ଯ୍ୟକଳାପରେ ଅତିଷ୍ଠ ଚନ୍ଦାହାଣ୍ଡି ମକା ବ୍ୟବସାୟୀ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି
ଛତିଶଗଡ଼ର ଦେଓଭୋଗ ଅଞ୍ଚଳରେ ମକା ନେଇ ଯାଉଥିବା ଟ୍ରକ୍ ଅଟକାଇ ହଇରାଣ କରାଯାଉଥିବା ଚନ୍ଦାହାଣ୍ଡି ବ୍ୟବସାୟୀଙ୍କ ଅଭିଯୋଗ। ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଦାବି ସହ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟିବାକୁ ନିଷ୍ପତ୍ତି।

ନବରଙ୍ଗପୁର(ସୁରେଶ ନାଇଡ଼ୁ): ଚନ୍ଦାହାଣ୍ଡି ସୀମାନ୍ତ ଛତିଶଗଡ଼ ଦେଓଭୋଗ ପୁଲିସ, ତହସିଲଦାର ଏବଂ ଏସଡିଏମଙ୍କ କାର୍ଯ୍ୟକଳାପରେ ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳର ମକା ବ୍ୟବସାୟୀମାନେ ଅତିଷ୍ଠ ହେଲେଣି। ବିନାକାରଣରେ ଆନ୍ତରାଜ୍ୟ ସଡ଼କରେ ସେମାନଙ୍କୁ ଅଟକାଇ ହଇରାଣ କରାଯାଉଛି ବୋଲି ମକାବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏନେଇ ଓଡ଼ିଶା ସରକାର ହସ୍ତକ୍ଷେପ କରୁ ବୋଲି ଆଜି (ମଙ୍ଗଳବାର) ଏକ ବୈଠକରେ ସେମାନେ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




