ରାଜ୍ୟ

Mahaprabhu: ରାଜାଧିରାଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ତଥା ରାଜାଧିରାଜ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ପରମ୍ପରା ଅନୁଯାୟୀ, ସୁନାବେଶ ବର୍ଷରେ ୫ଥର ଅନୁଷ୍ଠିତ ହୋଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜିଉଙ୍କ....

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ତଥା ରାଜାଧିରାଜ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ପରମ୍ପରା ଅନୁଯାୟୀ, ସୁନାବେଶ ବର୍ଷରେ ୫ଥର ଅନୁଷ୍ଠିତ ହୋଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହେଉଥିବା ବେଳେ ଦଶହରା, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀରେ ରତ୍ନ ସିଂହାସନ ଉପରେ ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

ତେବେ ପୂର୍ବ ବ‌ର୍ଷ ଅପେକ୍ଷା ଏଥର ସଂଖ୍ୟା ହ୍ରାସ ପାଇଥିଲା। ରାସପୂର୍ଣ୍ଣିମା ଅବସରରେ ଆଜି ଦୋଳଗୋବିନ୍ଦଙ୍କ ଅଭିଷେକ ହୋଇଥିଲା। ପୂର୍ବ ରାତ୍ର ପହୁଡ଼ ହୋଇନଥିଲା। ତେଣୁ ଆଜି ଭୋର ୫ଟା ୨୦ରେ ମଙ୍ଗଳ ଆଳତି ହୋଇଥିଲା। ମଇଲମ, ତଡ଼ପ ଲାଗି, ଅବକାଶ ପୂଜା, ରୋଷ ହୋମ ପରେ ସକାଳ ସାଢ଼େ ୬ଟାରେ ରାଜାଧିରାଜ ବେଶ ଆରମ୍ଭ ହୋଇଥିଲା। ୭ଟା ୫୦ରେ ବେଶ ଶେଷ ହୋଇଥିଲା। ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳ ବଲ୍ଲଭ ପୂଜା ହୋଇ ସକାଳ ଧୂପ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button