ଦେଶ ବିଦେଶ

Weather: ଦିଲ୍ଲୀରେ ଚଳିତ ଋତୁର ସବୁଠୁ ଥଣ୍ଡା ସକାଳ, ୧୦ ଡିଗ୍ରିକୁ ଖସିଲା ପାରଦ

ଦିଲ୍ଲୀରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଛି। ବୁଧବାର ରାଜଧାନୀରେ ଚଳିତ ଋତୁର ସବୁଠୁ ଥଣ୍ଡା ସକାଳ ଅନୁଭୂତ ହୋଇଛି। ସହରର ମୁଖ୍ୟ ପାଣିପାଗ କେନ୍ଦ୍ର ସଫଦରଜଙ୍ଗଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

ନୂଆଦିଲ୍ଲୀ: ଦିଲ୍ଲୀରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଛି। ବୁଧବାର ରାଜଧାନୀରେ ଚଳିତ ଋତୁର ସବୁଠୁ ଥଣ୍ଡା ସକାଳ ଅନୁଭୂତ ହୋଇଛି। ସହରର ମୁଖ୍ୟ ପାଣିପାଗ କେନ୍ଦ୍ର ସଫଦରଜଙ୍ଗଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଏହା ଋତୁକାଳୀନ ସ୍ୱାଭାବିକ ତାପମାତ୍ରାଠାରୁ ୧.୩ ଡିଗ୍ରି କମ୍‌। ମଙ୍ଗଳବାର ତୁଳନାରେ ତାପମାତ୍ରା ୧.୨ ଡିଗ୍ରି ହ୍ରାସ ପାଇଛି। ତେବେ ଶୀତ ବଢ଼ିବା ସହ ଦିଲ୍ଲୀର ବାୟୁ ପ୍ରଦୂଷଣ ମଧ୍ୟ ଚିନ୍ତାର କାରଣ ହୋଇଛି। ବୁଧବାର ସହରର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୨୪ ରହିଥିବାରୁ ବାୟୁର ମାନ ଖରାପ ଶ୍ରେଣୀରେ ରହିଛି।

ଦିଲ୍ଲୀର ଅନ୍ୟ ପାଣିପାଗ କେନ୍ଦ୍ରଗୁଡ଼ିକରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରି ପାଖାପାଖି ରହିଛି। ଲୋଧି ରୋଡ୍‌ରେ ୧୦.୧ ଡିଗ୍ରି, ଆୟାନଗରରେ ୧୦.୪ ଡିଗ୍ରି, ପାଲମ୍‌ରେ ୧୧ ଡିଗ୍ରି ଓ ରିଜ୍‌ ଅଞ୍ଚଳରେ ୧୧.୭ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଏହି ସମୟରେ ସହରର ୫୯ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ୫୬ଟି କାର୍ଯ୍ୟକ୍ଷମ ଥିଲା। ବୁଧବାର ସକାଳ ୮ଟା ୩୦ ସୁଦ୍ଧା ପୂର୍ବ ୨୪ ଘଣ୍ଟା ମଧ୍ୟରେ କୌଣସି କେନ୍ଦ୍ରରେ ବର୍ଷା ରେକର୍ଡ ହୋଇନାହିଁ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ବୁଧବାର ଦିନର ସର୍ବାଧିକ ତାପମାତ୍ରା ୨୫ ଡିଗ୍ରି ପାଖାପାଖି ଥିବା ବେଳେ ସକାଳେ ହାଲୁକା କୁହୁଡ଼ି ପଡ଼ିଥିଲା। ଆଗାମୀ ଦିନଗୁଡ଼ିକରେ ରାତିର ତାପମାତ୍ରା ଆହୁରି କମିପାରେ।

ଶୁକ୍ରବାର ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ପାଖାପାଖି ରହିବା ଏବଂ ସପ୍ତାହାନ୍ତରେ ମଧ୍ୟ ଶୀତ ଜାରି ରହିବାର ପୂର୍ବାନୁମାନ କରାଯାଇଛି। ଶୀତ ସହିତ ଦିଲ୍ଲୀବାସୀଙ୍କ ପାଇଁ ବାୟୁ ପ୍ରଦୂଷଣ ଆଉ ଏକ ବଡ଼ ସମସ୍ୟା ହୋଇଛି। ବୁଧବାର ସହରର ହାରାହାରି ଏକ୍ୟୁଆଇ ୨୨୪ ରହିଥିବା ବେଳେ ଚାରିଟି ପ୍ରଦୂଷଣ ମାପ କେନ୍ଦ୍ରରେ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରେକର୍ଡ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାନଦଣ୍ଡ ଅନୁଯାୟୀ, ୨୦୧ରୁ ୩୦୦ ମଧ୍ୟରେ ଏକ୍ୟୁଆଇ ରହିଲେ ତାହାକୁ ଖରାପ, ୩୦୧ରୁ ୪୦୦କୁ ଅତି ଖରାପ ଏବଂ ୪୦୧ରୁ ୫୦୦କୁ ଭୟଙ୍କର ଶ୍ରେଣୀରେ ରଖାଯାଏ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button