ଦେଶ ବିଦେଶ
Winter session: ଡିସେମ୍ବର ୧୫ରୁ ବସିପାରେ ଶୀତ ଅଧିବେଶନ: ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଣିବାକୁ ସରକାରଙ୍କ ଲକ୍ଷ୍ୟ
ସୀମା ପୁନଃନିର୍ଦ୍ଧାରଣ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଆଇନକୁ ପାରିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧୫ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଡାକିବା ସମ୍ଭାବନା ରହିଛି ।

ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଆଇନକୁ ପାରିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧୫ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଡାକିବା ସମ୍ଭାବନା ରହିଛି । ସରକାର ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସହ ସମ୍ପୃକ୍ତ ଏକ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବାକୁ ଯୋଜନା କରୁଛନ୍ତି । ଏହି ପ୍ରସ୍ତାବିତ ବିଲ୍ ମାଧ୍ୟମରେ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଲୋକସଭା ଆସନ ସଂଖ୍ୟାକୁ ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବା ଏବଂ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଗୃହରେ ଦୁଇ-ତୃତୀୟାଂଶ ବହୁମତ ଅର୍ଥାତ୍ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ୩୬୧ଟି ଭୋଟର ଆବଶ୍ୟକତା ରହିଛି ।
ସୌଜନ୍ୟ ସମ୍ବାଦ




