ଦେଶ ବିଦେଶ

AAP convenor: କେଜ୍ରିୱାଲଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହତ୍ୟା ଧମକ: ୭ କୋଟି ଟଙ୍କା ଦାଦାବଟି ଦାବି

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ଦିଆଯିବା ସହ ୭ କୋଟି ଟଙ୍କାର ଦାଦାବଟି ଦାବି କରାଯାଇଥିବା ଅଭିଯୋଗ ହୋଇଛି।

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ଦିଆଯିବା ସହ ୭ କୋଟି ଟଙ୍କାର ଦାଦାବଟି ଦାବି କରାଯାଇଥିବା ଅଭିଯୋଗ ହୋଇଛି। ଆପ୍ ବିଧାୟକ ଜରନୈଲ ସିଂହ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ନିଜକୁ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିବା ଜଣେ ବ୍ୟକ୍ତି ଦାବି ମୁତାବକ ଅର୍ଥ ନମିଳିଲେ କେଜ୍ରିୱାଲ ଏବଂ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି।

ଦିଲ୍ଲୀର ତିଳକ ନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଜରନୈଲ ସିଂହଙ୍କ ନିକଟକୁ ଧମକପୂର୍ଣ୍ଣ ଫୋନ୍ କଲ୍ ଏବଂ ହ୍ୱାଟ୍ସଆପ୍ ମେସେଜ୍ ଆସିବା ପରେ ସେ ଗତ ନଭେମ୍ବର ୬ ତାରିଖରେ ପଞ୍ଜାବର ମୋହାଲି ସ୍ଥିତ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏଥିସହିତ ସେ କେଜ୍ରିୱାଲ ଏବଂ ତାଙ୍କ ପରିବାର ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ମୋହାଲିର ସାଇବର କ୍ରାଇମ୍ ଥାନାକୁ ତଦନ୍ତ ଭାର ହସ୍ତାନ୍ତର କରିଛି। ଅଭିଯୁକ୍ତର କଲ୍ ରେକର୍ଡ, ଆଇପି ଲଗ୍ ଏବଂ ଲୋକେସନ୍ ତଥ୍ୟ ଯାଞ୍ଚ କରି ପୁଲିସ ତଦନ୍ତ ଚଳାଇଛି।

ରାଜନେତାମାନଙ୍କୁ ଟାର୍ଗେଟ
ଉଲ୍ଲେଖଯୋଗ୍ୟ ଯେ, ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ନେଟୱର୍କ ନିୟମିତ ଭାବେ ଦେଶର ପ୍ରମୁଖ ସେଲିବ୍ରିଟି, ଗାୟକ ଏବଂ ରାଜନେତାମାନଙ୍କୁ ଟାର୍ଗେଟ କରିଆସୁଛି। ଗତ ମାସରେ ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରକୁ ତିନି ଜଣ ଦୁର୍ବୃତ୍ତ ଗୁଳି ଚଳାଇବା ପରେ ଏହି ଗ୍ୟାଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିଥିଲା, ଯେଉଁ ଆକ୍ରମଣ ପାଇଁ ଆମେରିକାରେ ରହୁଥିବା ଅନିଲ ପଣ୍ଡିତ ନିଜକୁ ଦାୟୀ କରିଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button