Accident: ବାଲି ବୋଝେଇ ହାଇଓ୍ବା ଧକ୍କାରେ ଦୁଇ ଶଗଡ଼ିଆ ମୃତ

ପାଟପୁର: ଗଞ୍ଜାମଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଗ୍ରାମ‌ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଦୁଇ ଶଗଡ଼ିଆ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ପ୍ରତାପଗିରି ଗ୍ରାମର ଵିଜି ଗୌଡ଼ (୫୫) ଓ‌‌ ନାଥ ଜେନା (୫୭)। ଉଭୟ ମିଶି ଶଗଡ଼ରେ ଜଙ୍ଗଲରୁ ବାଉଁଶ ବୋଝେଇ କରି କଉଡିଆ ଗ୍ରାମକୁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହାଇଓ୍ବାଟି ସାମନା ପଟୁ ଧକ୍କା ଦେବା ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ହାଇଓ୍ବାକୁ ଜଵତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

 

 

 

ସୌଜନ୍ୟ ସମ୍ବାଦ