ଦେଶ ବିଦେଶ

Accident: ରାଜ୍ୟ ରାଜପଥରେ ଟ୍ରକ୍‌ ଧକ୍କାରେ ଚେପା ହୋଇଗଲା ଅଟୋ; ଯୁବ କ୍ରିକେଟରଙ୍କ ସମେତ ୪ ମୃତ

ଉତ୍ତରପ୍ରଦେଶର ଆଗ୍ରା-ଆଲିଗଡ଼ ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ୍‌ ଯାତ୍ରୀପୂର୍ଣ୍ଣ ଅଟୋକୁ ଚାପି ଦେଇଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ଅଟୋଟି ଚେପା ହୋଇଯାଇଛି। ଯାତ୍ରୀମାନେ ରାସ୍ତାରେ ଛିଟିକି ପଡ଼ିଥିଲେ।

ହାଥରସ୍: ଉତ୍ତରପ୍ରଦେଶର ଆଗ୍ରା-ଆଲିଗଡ଼ ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ୍‌ ଯାତ୍ରୀପୂର୍ଣ୍ଣ ଅଟୋକୁ ଚାପି ଦେଇଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ଅଟୋଟି ଚେପା ହୋଇଯାଇଛି। ଯାତ୍ରୀମାନେ ରାସ୍ତାରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ଦିଲ୍ଲୀର ଜଣେ ଦମ୍ପତି ଏବଂ ଜଣେ ଯୁବ କ୍ରିକେଟରଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତିଙ୍କ ଦୁଇ ପିଲାଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ଉଭୟ ଗୁରୁତରଙ୍କୁ ଆଲିଗଡ଼ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପରିବାର ଜଣେ ଭଣଜାରଙ୍କ ବିବାହରେ ଯୋଗଦେବାକୁ ହାଥରସ୍ ଯାଉଥିଲେ। ପୁଲିସ କହିଛି ଯେ, ଦିଲ୍ଲୀର ଜାହାଙ୍ଗୀରପୁରୀର ବାସିନ୍ଦା  ଓମକାର (୫୦) ଗୁରୁବାର ସନ୍ଧ୍ୟାରେ ତାଙ୍କ ପତ୍ନୀ ବିନୀତା (୩୫), ଝିଅ ପ୍ରିୟଙ୍କା  (୧୮) ଏବଂ ପୁଅ ଲକ୍ଷ୍ୟ (୧୧)ଙ୍କ ସହିତ ଆଲିଗଡ଼ରେ ପହଞ୍ଚିଥିଲେ।

ମୁହାଁମୁହିଁ ଧକ୍କା

ପରିବାର ଆଲିଗଡ଼ରୁ ହାଥରସ୍ ଅଭିମୁଖେ ଅଟୋରେ ଚଢ଼ିଥିଲେ। ରାସ୍ତାରେ ଅନ୍ୟ ଯାତ୍ରୀମାନେ ମଧ୍ୟ ଚଢ଼ିଥିଲେ। ଅଟୋରେ ସାତ ଜଣରୁ ଅଧିକ ଲୋକ ଥିଲେ। ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଟେମ୍ପୋଟି ଆଗ୍ରା-ଆଲିଗଡ଼ ରାଜପଥର ନାଗଲା ଭୁରା ଗ୍ରାମ ନିକଟରେ ରାଧିକା ଢାବାରେ ପହଞ୍ଚିଥିଲା। ସେତେବେଳେ ହାଥରସ୍ ରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ସାମ୍ନାରୁ ଧକ୍କା ଦେଇଥିଲା।

ଯୁବ କ୍ରିକେଟରଙ୍କ ମୃତ୍ୟୁ

ପାଖରେ ଥିବା ଲୋକମାନେ ଅଟୋରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲେ। ଓମକାରଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ତାଙ୍କ ସହିତ ଅଟୋରେ ଯାତ୍ରା କରୁଥିବା  ଅଶ୍ୱନୀ କୁଶୱାହା (୧୫)ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଅଶ୍ୱନୀ ଜଣେ କ୍ରିକେଟର ଥିଲେ। ୬୫ ବର୍ଷୀୟ ଚନ୍ଦ୍ରପାଲଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଓମକାରଙ୍କ ପତ୍ନୀ ବିନୀତାଙ୍କୁ ଆଲିଗଡ଼ ନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିଲା। ଏସ୍‌ପି ​​ଚିରଞ୍ଜୀବ ନାଥ ସିହ୍ନା କହିଛନ୍ତି ଯେ ଅଟୋ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରାଯିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button