ଦେଶ ବିଦେଶ

Amit Shah: ସୋନିଆଙ୍କ ପାପକୁ ଦେଶବାସୀ କ୍ଷମା କରିବେନି: ଅମିତ ଶାହ

ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟରେ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ ଗାନକୁ ମଝିରୁ ବନ୍ଦ କରିବା ପାଇଁ ହୋଇଥିବା ପ୍ରୟାସକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି।

ଚିତ୍ତୋରଗଡ଼: ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟରେ ଜାତୀୟ  ଗୀତ ‘ବନ୍ଦେ ମାତରମ୍‌’ ଗାନକୁ ମଝିରୁ ବନ୍ଦ କରିବା ପାଇଁ ହୋଇଥିବା ପ୍ରୟାସକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। ଚିତ୍ତୋରଗଡ଼ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କଂଗ୍ରେସର ଏଭଳି ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ନିର୍ଲଜତା  ବୋଲି ଅଭିହିତ କରିବା ସହ ଏହି ପାପ ପାଇଁ ଦେଶର ଜନସାଧାରଣ କଂଗ୍ରେସକୁ କେବେହେଲେ କ୍ଷମା କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ଗୀତ ଗାନ ଚାଲିଥିବା ବେଳେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଦଳର ସଭାପତିଙ୍କୁ ଏହାକୁ ଅଧାରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ଦୃଶ୍ୟ ଟିଭି ମାଧ୍ୟମରେ ସାରା ଦେଶ ଦେଖିଛି ବୋଲି ଶାହ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ଦେଶର ୧୪୦ କୋଟି ଲୋକ ଏହି ଆଚରଣକୁ ଦେଖୁଛନ୍ତି ଏବଂ ଜାତୀୟ ଗୀତକୁ ଅସମ୍ପୂର୍ଣ୍ଣ ଛାଡ଼ିବା କଥା କେହି ସ୍ୱପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ, ଯାହା ପାଇଁ କଂଗ୍ରେସ ନେତାମାନେ ଲଜ୍ଜିତ ହେବା ଉଚିତ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button