ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତର ଉପର କଙ୍ଗେରିକିଆ ଅଙ୍ଗନବାଡ଼ିକେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ ଭୂଲି ଯାଇଛି ପ୍ରଶାସନ। ଏହି କ୍ଷେତ୍ରରେ ସରକାରଙ୍କ ନିର୍ଦ୍ଦେଶରେ ସାରା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଛୋଟ ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ପିଇବା ପାଣି ଓ ପାଚେରୀ ନିର୍ମାଣ କରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ କ ନୂଆଗାଁ ବ୍ଳକ ପ୍ରଶାସନକୁ ଏ ପର୍ଯ୍ୟନ୍ତ ସରକାର ନିର୍ଦ୍ଦେଶନା ଦେଇନଥିବା ଜଣାପଡିଛି।
ଯାହାରି ଫଳରେ କ ନୂଆଗାଁ ବ୍ଳକ ପ୍ରଶାସନ ଚୁପଚାପ୍ ବସି ଥିବା ଦେଖିବାକୁ ମିଳିଛି। ଏଣୁ ଉପର କଙ୍ଗେରିକିଆ ଅଙ୍ଗନବାଡ଼ି କେନ୍ଦ୍ରରେ ନୂତନ ଭାବେ ପାଣି ଟାଙ୍କି ପାଚେରୀ ବ୍ୟବସ୍ଥା କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ଏହି ଦିଗରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟଜଳ ଓ ପାଚେରୀ ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସମସ୍ତ କୁନି କୁନି ପିଲା। ଛୋଟ ଶିଶୁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ସଠିକ ଭାବରେ ରହୁନଥିବା ଦେଖିବାକୁ ମିଳିଛି। ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଉପର କଙ୍ଗେରିକିଆ ଗାଁରେ ଥିବା ଆମ ଅଙ୍ଗନବାଡ଼ି କେନ୍ଦ୍ରରେ। କିନ୍ତୁ ଏହି ଆମ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ କୈାଣସି ବ୍ୟବସ୍ଥା କରାଯାଇନାହିଁ।
କହିବାକୁ ଗଲେ ବିଭାଗୀୟ ଅଧିକାରୀମାନେ ଏହି ଅଙ୍ଗନବାଡ଼ି କେନ୍ଦ୍ରର କୁନିକୁନି କୋମଳମତି ଶିଶୁମାନଙ୍କର ସ୍ବାସ୍ଥ୍ୟକୁ ନେଇ ଖେଳ ଖେଳୁଛନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଦେଶର ଭବିଷ୍ୟତ ଙ୍କ ଜୀବନ ସହ ଏକ ପ୍ରକାର ଖେଳ ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ ପାଇଁ ଅନ୍ୟ ସ୍ଥାନ ର ପାଣି ଉପରେ ନିର୍ଭର କରନ୍ତି। ଦିନେ ନୁହେଁ କି ମାସେ ନୁହେଁ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭରୁ ଏପର୍ଯ୍ୟନ୍ତ ଗୋଟିଏ ନଳକୂପ ଓ ପାଚେରୀ ମଧ୍ୟ ନିର୍ମାଣ ହେଇପାରି ନାହିଁ। ଯାହା ଫଳରେ ଅଙ୍ଗନବାଡ଼ି କେନ୍ଦ୍ର ଛାତ୍ର ଛାତ୍ରୀ ଙ୍କ ରୋଷେଇ ପାଇଁ ନିଜ ଘର ପାଣି ଏକ ମାତ୍ର ସାହା ଭରଷା। ଏଣୁ ଛୋଟ ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଯଥା ଶ୍ରୀଘ୍ର ଉପର କଙ୍ଗେରିକିଆ ଆମ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ ଏକ ନୂତନ ନଳକୂପ ନିର୍ମାଣ କରିବା ସଙ୍ଗେ ସଙ୍ଗେ ପାଣି ଟାଙ୍କିର ବ୍ୟବସ୍ଥା କରିବା ନିମନ୍ତେ ଉପର କଙ୍ଗେରିକିଆ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ଏହି ଉପର କଙ୍ଗେରିକିଆ ଗ୍ରାମବାସୀଙ୍କ ପାଇଁ ଚୁଆ ପାଣି ହିଁ ଭରଷା ବୋଲି ଅଭିଯୋଗ କରିଥିବା ବେଳେ କ ନୂଆଗାଁ ପ୍ରଶାସନର ପଦକ୍ଷେପ କେବେ ଅପେକ୍ଷାରେ ଉପର କଙ୍ଗେରିକିଆ ଗ୍ରାମବାସୀ।
ସୌଜନ୍ୟ ସମ୍ବାଦ
