Asian Games 2026: ମହିଳା ରିକର୍ଭ ଟିମ୍ ରଚିଲେ ଇତିହାସ, ତୀରନ୍ଦାଜରେ ଆସିଲା ଐତିହାସିକ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ,୦୨/୧୦; ଏସୀୟ କ୍ରୀଡ଼ା ୨୦୨୬ରେ ତୀରନ୍ଦାଜରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି । ଏହି ସ୍ୱର୍ଣ୍ଣ ପଦକ ଭାରତ ପାଇଁ ଐତିହାସିକ ସଫଳତା । ତୀରନ୍ଦାଜ ରିକର୍ଭ ଇଭେଣ୍ଟର ଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚିଥିଲେ ଏବଂ ତା’ ସହିତ ସ୍ୱର୍ଣ୍ଣପଦକ ମଧ୍ୟ ଜିତିଛନ୍ତି । କୁମକୁମ୍ ମୋହୋଦ, କୀର୍ତ୍ତୀ ଏବଂ ଅଙ୍କିତା ଭକତଙ୍କ ତ୍ରିକୋଣୀୟ ଟିମ୍ ଦକ୍ଷିଣ କୋରିଆକୁ ଚକିତ କରି ଏହି ଇତିହାସ ସୃଷ୍ଟି କରିଛନ୍ତି । ଦକ୍ଷିଣ କୋରିଆ ଯିଏକି ଏହି ପ୍ରତିଯୋଗିତାରେ ସର୍ବଦା ସ୍ୱର୍ଣ୍ଣ ପଦକ ଜିତି ଆସିଛନ୍ତି ।
ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସରେ ୧୪ତମ ଦିନରେ ଭାରତକୁ ଏକ ଚମତ୍କାର ସଫଳତା ମିଳିଛି । ଏହା ସେମିଫାଇନାଲରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ଭାରତୀୟ ଦଳ ପ୍ରଥମେ ଚୀନ୍ କୁ ପରାସ୍ତ କରିଥିଲା । ଏହି ସେମିଫାଇନାଲରେ ଟିମ୍ ଇଣ୍ଡିଆ ଏକପାଖିଆ ଢଙ୍ଗରେ ୫-୧ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଦଳ ପ୍ରଥମ ଥର ପାଇଁ ମହିଳା ରିକର୍ଭ ଟିମ୍ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲା । ଏହା ପୂର୍ବରୁ ୨୦୧୦ରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା, ଦଳ ବ୍ରୋଞ୍ଜ ପଦକ ଜିତିଥିଲା ।
କିନ୍ତୁ ଫାଇନାଲରେ ଦକ୍ଷିଣ କୋରିଆ ସହିତ ମୁକାବିଲା କରିବା ବଡ଼ ଆହ୍ବାନ ହୋଇଥିଲା । ଦକ୍ଷିଣ କୋରିଆ ଲଗାତାର ଗତ ୭ ଏସୀୟ କ୍ରୀଡ଼ାରେ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ରିକର୍ଭରେ ମୋଟ ୧୦ ଥର ଚାମ୍ପିୟନ ହୋଇଥିଲା । କିନ୍ତୁ ପ୍ରଥମ ସେଟ୍ ରୁ ଭାରତ ଦକ୍ଷିଣ କୋରିଆକୁ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଇଥିଲା ଏବଂ ପ୍ରଥମ ଦୁଇଟି ସେଟ୍ ରେ ସମାନ ପଏଣ୍ଟ ପାଇଥିଲା । ଏହିପରି ଭାବରେ ୨ ସେଟ୍ ପରେ ସ୍କୋର ୧-୧ ସହିତ ସମାନ ଥିଲା । କିନ୍ତୁ ତୃତୀୟ ସେଟ୍ ରୁ କାହାଣୀ ବଦଳିଗଲା, ଯେଉଁଠାରେ ଭାରତ ୫୫-୫୧ ରେ ଜିତି ଫାଇନାଲରେ ୪-୨ ଅଗ୍ରଣୀ ହାସଲ କଲା ।
ସୌଜନ୍ୟ ପ୍ରମେୟ




