ମହାନଗର

Traffic police station: ଜରିମାନା ଦେବାକୁ ଟ୍ରାଫିକ ଥାନାରେ ଲମ୍ବାଧାଡ଼ି: ‘ପୁଅକୁ ଗାଡ଼ି ‌ଦେଇ ଭୁଲ୍‌ କରିଛୁ’

ଆଜି ଟ୍ରାଫିକ୍‌ ଥାନାରେ ଜରିମାନା ଦାଖଲ କରିବାକୁ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଭିଡ଼ ମଧ୍ୟରେ ଆଜି କେତେକ ଲୋକ ନିଜ ପୁଅ ଗାଡ଼ି ଚଳାଇ ଟ୍ରାଫିକ୍‌ ଆଇନ୍‌ ଉଲ୍ଲଂଘନ କରିଥିବାରୁ, ଜରିମାନା ଦେବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ।

ଭୁବନେଶ୍ବର: ଆଜି ଟ୍ରାଫିକ୍‌ ଥାନାରେ ଜରିମାନା ଦାଖଲ କରିବାକୁ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଭିଡ଼ ମଧ୍ୟରେ ଆଜି କେତେକ ଲୋକ ନିଜ ପୁଅ ଗାଡ଼ି ଚଳାଇ ଟ୍ରାଫିକ୍‌ ଆଇନ୍‌ ଉଲ୍ଲଂଘନ କରିଥିବାରୁ, ଜରିମାନା ଦେବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ। ଏନେଇ ସେମାନେ କହିଥିଲେ ‌ଯେ ପୁଅକୁ ବାଇକ୍‌ ଦେଇ ବଡ଼ ଭୁଲ ହୋଇଯାଇଛି। ଆଜିକାଲି ପିଲା କାହାକୁ ମାନୁନାହାନ୍ତି। ଗାଡ଼ି ଧରି ବୁଲିବା ଓ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଏକ ପ୍ରକାରର ଯୁବକମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ହେଲ୍‌ମେଟ୍‌ ପିନ୍ଧୁ ନାହାନ୍ତି।

ଟ୍ରାଫିକ୍‌ ନିୟମ ମାନୁ ନାହାନ୍ତି। ଘରେ ସ୍ପୋର୍ଟସ୍‌ ବାଇକ ପାଇଁ ଜିଦି କରୁଛନ୍ତି। ସେମାନଙ୍କୁ  ବାଇକ ଦେଇ ଭୁଲ୍‌ ହୋଇଯାଇଛି। ଏଥିପାଇଁ ଏହି ଦହଗଞ୍ଜ ହେବାକୁ ପଡ଼ିଛି। ଏନେଇ ଟ୍ରାଫିକ୍‌ ବିଭାଗ ପକ୍ଷରୁ କୁହାଯାଇଛି ‌ଯେ ଏକ ମାସ ବଢ଼ାଇବା ପରେ ମଧ୍ୟ ଭିଡ଼ ରହୁଛି। ଜରିମାନା ଆଦାୟ ‌ଯେପରି ସହଜରେ ଓ ଜଲ୍‌ଦି ହୋଇପାରିବ ସମସ୍ତ ବ୍ୟବସ୍ଥା କରାଯାଉଛି। କିଛି ଲୋକ ପ୍ରଥମରୁ ଜରିମାନା ଦେଇ ନଥିଲେ। ଅଧିକାଂଶ ଲୋକଙ୍କର ୧୦ରୁ ଅଧିକ ଜରିମାନା ରହିଛି। ଜଣେ ଜଣେ ବାଇକ ଆରୋହୀଙ୍କଠାରୁ ୫୦ ହଜାର ଟଙ୍କାରୁ ଅଧିକ ଜରିମାନା ରହିଛି। ସେମାନେ ଏବେ ଆସି ପଇଠ କରୁଛନ୍ତି। ଏନେଇ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ ବହୁତ ଅଭିଯୋଗ ଆସୁଛି। ଜରିମାନା ଅଧିକ ରହିଛି ବୋଲି ମଧ୍ୟ କିଛି ଲୋକ ଅଭିଯୋଗ କରୁଛନ୍ତି। ଏହାକୁ କମ୍‌ କରିବାକୁ ତର୍ଜମା ଚାଲିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button