ବାହାରୁଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ଆମ୍ବୁଲାନ୍ସ ଆସିବାରୁ ଅଟକି ଗଲା କାରକେଡ୍‌

କନକ ବ୍ୟୁରୋ: ଭିଡ ଭିତରେ ଫସିଥିଲା ଆମ୍ବୁଲାନ୍ସ। ମାତ୍ର କିଛି ମିନିଟରେ ପହଞ୍ଚିଲା ପୋଲିସ, ଆଉ ଆମ୍ବୁଲାନ୍ସକୁ ଭିଡରୁ ବାହାର କଲା। ଏଭଳି ଖବର ଆସିଛି ଆଜି ରାଜଭବନ ସାମ୍ନାରୁ। ଡିଜି ଆଇଜି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତୁତ ହେଉଥାନ୍ତି। କାରକେଡ ବି ପ୍ରସ୍ତୁତ ହୋଇସାରିଥିଲା। ରାସ୍ତାରେ ବ୍ୟାରିକେଡ ଦେଇ ସାଧାରଣ ଲୋକଙ୍କ ଯାତାୟତକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ହଠାତ ଜୟଦେବ ବିହାର ଆଡୁ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିଲା ୧୦୮ ଆମ୍ବୁଲାନ୍ସ। ଭିଡ ଭିତରେ କିଛି ସେକେଣ୍ଡ ପାଇଁ ଆମ୍ବୁଲାନ୍ସ ଅଟକିଥିଲା, କିନ୍ତୁ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଆମ୍ବୁଲାନ୍ସକୁ ଭିଡରୁ ବାହାର କରିଥିଲା।

ସୌଜନ୍ୟ-କନକ

Show More
Back to top button