ଖେଳ

India vs Srilanka Test: ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା; ଫେରିବେ ବୁମରା-ଜାଡେଜା, ଆହତ ତାଲିକାକୁ ନେଇ ଚିନ୍ତା

ବୁମରା ଗତ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଆହତ ହୋଇଥିଲେ । ବାମ ଆଣ୍ଠୁରେ ଯନ୍ତ୍ରଣା ଅନୁଭୂତ ହେବାରୁ ସେ ଏହି ମ୍ୟାଚ ଖେଳି ପାରିନଥିଲେ । ଟେଷ୍ଟ ସିରିଜ ପୂର୍ବରୁ ସେ ଫିଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ନୂଆଦିଲ୍ଲ,୨୮/୦୭: ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଭାରତୀୟ ଟେଷ୍ଟ ଦଳ ଘୋଷଣା ହୋଇପାରେ । ଚୟନ କମିଟି ଦଳ ପ୍ରସ୍ତୁତ କରିବା ପୂର୍ବରୁ ଆହତ ଖେଳାଳିଙ୍କ ତାଲିକା ଦେଖି ଚିନ୍ତାରେ ପଡ଼ିଯାଇଛି । ଭାରତୀୟ ଟେଷ୍ଟ ଦଳର ଅନେକ ସଦସ୍ୟ ସମ୍ପ୍ରତି ଆହତ ଅଛନ୍ତି ଓ ବେଙ୍ଗାଲୁରୁ ସ୍ଥିତ ଉତ୍କର୍ଷ କେନ୍ଦ୍ରରେ ରହି ଫିଟ୍ନେସ୍ ଫେରି ପାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ସ୍ପିନ ବୋଲିଂ ଅଲ୍ରାଉଣ୍ଡର ୱାସିଂଟନ ସୁନ୍ଦରଙ୍କ ସମେତ ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ଆକାଶ ଦୀପ, ଅଂଶୁଲ କାମ୍ବୋଜ, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ସମ୍ପ୍ରତି ଆହତ ଅଛନ୍ତି । ପାଣ୍ଡ୍ୟା ଓ ବରୁଣ ଟେଷ୍ଟ ଖେଳୁ ନଥିବାରୁ ଚୟନ କମିଟି ସେମାନଙ୍କୁ ନେଇ ସେତେ ବ୍ୟସ୍ତ ନାହାନ୍ତି ।

ବୁମରା ଗତ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଆହତ ହୋଇଥିଲେ । ବାମ ଆଣ୍ଠୁରେ ଯନ୍ତ୍ରଣା ଅନୁଭୂତ ହେବାରୁ ସେ ଏହି ମ୍ୟାଚ ଖେଳି ପାରିନଥିଲେ । ଟେଷ୍ଟ ସିରିଜ ପୂର୍ବରୁ ସେ ଫିଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ତାଙ୍କୁ ଏନ୍ସିଏର ଉତ୍କର୍ଷ କେନ୍ଦ୍ରରେ ପହଞ୍ଚି ଫିଟ୍ନେସ୍ ପରୀକ୍ଷା ଦେବାକୁ ପଡ଼ିବ । ସୁନ୍ଦରଙ୍କ ଆଘାତ ଗୁରୁତର ରହିଥିଲା । ସେ ସଠିକ୍ ସମୟରେ ଫିଟ ହେବାର ସମ୍ଭାବନା ନଥିବାରୁ ଚୟନ କମିଟି ବିକଳ୍ପ ଚିନ୍ତା କରୁଛି । ଟେଷ୍ଟ ଦଳରେ ସୁନ୍ଦରଙ୍କ ସ୍ଥାନ ଅପୂରଣୀୟ । ବିଶେଷ କରି ଶ୍ରୀଲଙ୍କା ପିଚ ସ୍ପିନରଙ୍କୁ ଭରପୁର ସହାୟତା କରିବ ।

ଏତଦ ବ୍ୟତୀତ ଆବଶ୍ୟକ ପଡ଼ିଲେ ସୁନ୍ଦର ଟପ ଅର୍ଡରରେ ବ୍ୟାଟିଂ କରି ପାରିବେ । ସୁନ୍ଦର ପ୍ରଥମ ଟେଷ୍ଟ ପୂର୍ବରୁ ଫିଟ୍ ହୋଇ ପାରିବେ ନାହିଁ । ଫଳରେ ତାଙ୍କ ସ୍ଥାନରେ ଭେଟେରାନ ରବିନ୍ଦ୍ର ଜାଡ଼େଜାଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ହର୍ଷିତ ମଧ୍ୟ ଟେଷ୍ଟ ସିରିଜ ସୁଦ୍ଧା ଫିଟ୍ ହେବା ସମ୍ଭାବନା ନାହିଁ । ସେହିପରି ନୀତିଶ କୁମାର ରେଡ୍ଡୀଙ୍କୁ ଅତିରିକ୍ତ ବିଶ୍ରାମ ଦେବାକୁ ଚୟନ କମିଟି ଚିନ୍ତା କରୁଛି । ଶ୍ରୀଲଙ୍କା ପିଚ ସ୍ପିନରଙ୍କୁ ସହାୟତା କରୁଥିବାରୁ ନୀତିଶଙ୍କ ବୋଲିଂ କାମରେ ଲାଗିବ ନାହିଁ । ମିଡିୟମ ପେସ୍ ବୋଲିଂ ଅଲରାଉଣ୍ଡରଙ୍କ ସ୍ଥାନରେ ଚୟନ କମିଟି ସ୍ପିନ୍ ବୋଲିଂ ଅଲରାଉଣ୍ଡରଙ୍କୁ ଅଗ୍ରାଧିକାର ଦେବ । ଫଳରେ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ପଦାର୍ପଣ କରିଥିବା ବାମ ହାତି ସ୍ପିନର ମାନବ ସୂତାର, ହର୍ଷ ଦୁବେ ଦଳରେ ସ୍ଥାନ ବଜୟ ରଖିବା ଏକ ପ୍ରକାର ନିଶ୍ଚିତ ରହିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button