ରାଜ୍ୟ

Balasore Firing: ଗହଣା ଦୋକାନୀଙ୍କ ଉପରକୁ ଗୁଳି ମାଡ଼, ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ

ଦୁର୍ବୁତ୍ତଙ୍କ ଆତଙ୍କରାଜ । ବ୍ୟବସାୟୀଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ । ଘଟଣାର ତଦନ୍ତ କରୁଛି ପୋଲିସ

ବାଲେଶ୍ବର,୧୦/୮ : ଦୁର୍ବୁତ୍ତଙ୍କ ଆତଙ୍କରାଜ । ବ୍ୟବସାୟୀଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ । ଅଳ୍ପକେ ବର୍ତ୍ତିଲେ ଗହଣା ଦୋକାନୀ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ।

ସୂଚନା ଅନୁସାରେ, ସୋର ଅଞ୍ଚଳର କୁପାରୀରୁ ଦୋକାନ ବନ୍ଦ କରି ଜୁଏଲାରୀ ମାଲିକ ହରେକୃଷ୍ଣ ସାହୁ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କ କାର୍ ଉପରକୁ ଗୁଳିମାଡ ହୋଇଛି । ବାଇକରେ ୪ରୁ ଅଧିକ ଲୁଟେରା ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଫଲ୍ସ ଫାୟାରିଂ କରିଥିଲେ । ସ୍ଥାନୀୟ ଲୋକେ ଡକାୟତଙ୍କୁ ଧରିବାକୁ ଉଦ୍ୟମ କରିବାରୁ ସେମାନଙ୍କ ଉପରକୁ ମଧ୍ୟ ଗୁଳି ମାଡ଼ କରି ସେଠାରୁ ଫେରାର ହୋଇ ଯାଇଥିଲେ । ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗହଣା ଦୋକାନୀ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ଖଇରା ପୋଲିସ । ପୁରା ଘଟଣାର ତଦନ୍ତ କରୁଛି ପୋଲିସ । ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଗୁଳି ଓ ବାଇକ ଜବତ କରି ତଦନ୍ତ କରୁଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button