Bank Loan Default ନିଲାମ ହେଲା ରଣୀତାଲ ହାଇଟେକ୍ ଇଞ୍ଜିନିୟରିଂ କଲେଜ
ଋଣ ପରିଶୋଧ କରିପାରିନଥିବାରୁ ଭଦ୍ରକର ରଣୀତାଲ ହାଇଟେକ୍ ଇଞ୍ଜିନିୟରିଂ କଲେଜକୁ ବ୍ୟାଙ୍କ ପକ୍ଷରୁ ନିଲାମ କରାଯାଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଭଦ୍ରକ(ହରିହର ନାୟକ): ଭଦ୍ରକର ରାନୀତଲ ସ୍ଥିତ ହାଇଟେକ୍ ଇଞ୍ଜିନିୟରିଂ କଲେଜକୁ ଆଜି (ମଙ୍ଗଳବାର) ବ୍ୟାଙ୍କ ତରଫରୁ ନିଲାମ କରାଯାଇଛି।। ଏହାପରେ କଲେଜ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି।
ମିଳିଥିବା ସୂଚନାରେ, ବାଲେଶ୍ଵରର ଜଣେ ଉଦ୍ୟୋଗୀ ଏହି କଲେଜକୁ ଏକ ଟ୍ରଷ୍ଟ ନାମରେ ନିର୍ମାଣ କରିଥିଲେ। ନିର୍ମାଣ ସମୟରେ ଅର୍ଥ ଆବଶ୍ୟକତା ହେବାରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ କରିଥିଲେ। ତେବେ ବିଭିନ୍ନ କାରଣରୁ ଋଣ ଅର୍ଥ ଶୁଝି ପାରିନଥିଲେ। ବ୍ୟାଙ୍କ ପକ୍ଷରୁ ଏନେଇ ଅନେକଥର ନୋଟିସ୍ ଦିଆଯାଇଥିଲା। ତେବେ କଲେଜ କର୍ତ୍ତୃପକ୍ଷ ନିଜର କରଜ ମୁକ୍ତ କରିବାକୁ କୌଣସି ଉଦ୍ୟମ କରିନଥିଲେ।
ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ କଲେଜ୍କୁ ସିଲ୍ କରିବା ସହ ନିଲାମ କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। କୋର୍ଟଙ୍କ ଅନୁମତି ଅନୁସାରେ ଆଜି ପୁଲିସ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହାର ନିଲାମ ହୋଇଛି। ୧୦କୋଟି ଟଙ୍କାରେ ଜଣେ ବ୍ୟକ୍ତି ଏହି କୋଠାକୁ ଖରିଦ କରିଥିବା ଜଣାଯାଇଛି।
ସୌଜନ୍ୟ ସମ୍ବାଦ




