Accused ACF reinstated ବାଲିଗୁଡା ହାତୀ ମୃତ୍ୟୁ ମାମଲା: ଅଭିଯୁକ୍ତ ଏସିଏଫ୍ଙ୍କୁ ପୁଣି ଥଇଥାନ
ବାଲିଗୁଡା ହାତୀ ମୃତ୍ୟୁ ମାମଲାରେ ନିଲମ୍ବିତ ଏସିଏଫ୍ ସୂର୍ଯ୍ୟକାନ୍ତ ବେହେରାଙ୍କ ଉପରୁ ନିଲମ୍ବନ ହଟାଇ ରାଜ୍ୟ ସରକାର ତାଙ୍କୁ ଭୁବନେଶ୍ୱର ଆରସିସିଏଫ୍ କାର୍ଯ୍ୟାଳୟରେ ନୂଆ ଦାୟିତ୍ୱ ଦେଇଛନ୍ତି।

ବ୍ରହ୍ମପୁର: ବହୁ ଚର୍ଚ୍ଚିତ କନ୍ଧମାଳଜିଲ୍ଲା ବାଲିଗୁଡ଼ା ଜଙ୍ଗଲରେ ହାତୀ ମୃତ୍ୟୁ ମାମଲାର ପ୍ରମୁଖ ଅଭିଯୁକ୍ତ କୁହାଯାଉଥିବା ସହକାରୀ ବନସଂରକ୍ଷକ (ଏସିଏଫ୍) ସୂର୍ଯ୍ୟକାନ୍ତ ବେହେରାଙ୍କୁ ରାଜ୍ୟ ସରକାର ପୁଣି ଥଇଥାନ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ତାଙ୍କ ଉପରେଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରାଯାଇଛି। ଏହାପରେ ତାଙ୍କୁ ଭୁବନେଶ୍ବର ଆର୍ସିସିଏଫ୍ କାର୍ଯ୍ୟାଳୟରେ ଏସିଏଫ୍ ଭାବେ ଥଇଥାନ କରାଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୧୫ ରେ ବାଲିଗୁଡା ଡିଭିଜନ ବେଲଘର ରେଞ୍ଜରେ ଏକ ମାଇହାତୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା। ଏହାକୁ ଲୁଚେଇବା ନିମନ୍ତେ ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ରେଞ୍ଜର ବିନୟ ବିଶି ଓ ତାଙ୍କ ଡ୍ରାଇଭର ଗିରଫ ହୋଇଥିଲେ। ଘଟଣା ସତ ବୋଲି ଜାଣି ବି ଏସିଏଫ ସୂର୍ଯ୍ୟକାନ୍ତ ବେହେରା ତଦନ୍ତ ରିପୋର୍ଟ ଚାପିଥିବା ଆରସିସିଏଫଙ୍କ ତଦନ୍ତରେ ଜଣା ପଡିଥିଲା। ଏହାପରେ ବିଭାଗୀୟ ଅନୁମୋଦନକ୍ରମେ ଜାନୁଆରୀ୩୧ ନିଲମ୍ବନ କରାଯାଇଥିଲା।
ଆଜି (ମଙ୍ଗଳବାର) ବନ ବିଭାଗ ସୂର୍ଯ୍ୟକାନ୍ତନକ ଉପରୁ ନିଲମ୍ବନ ହଟେଇ ନୂଆ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ଭୁବନେଶ୍ୱର ଆରସିସିଏଫ ଅଫିସରେ ଏନଫୋର୍ସମେଣ୍ଟ ଏସିଏଫ ଭାବେ ନିଯୁକ୍ତି ମିଳିଛି।
ସୌଜନ୍ୟ ସମ୍ବାଦ




