Boyfriend Had Given A Contract: ପ୍ରେମିକାକୁ ହତ୍ୟା ପାଇଁ ୨ ଲକ୍ଷ ଟଙ୍କାର ସୁପାରି ଦେଇଥିଲା ପ୍ରେମିକ

ଜଗତସିଂହପୁର: ଜଗତସିଂହପୁର କାଠିଆପଡ଼ା ଗାଁରେ ଯୁବତୀଙ୍କୁ ହତ୍ୟା ମାମଲା । ପ୍ରେମିକାକୁ ହତ୍ୟା ପାଇଁ ୨ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ପ୍ରେମିକ । ବିହାରରୁ ଗିରଫ ହୋଇଥିବା ସୁପାରି କିଲର ସହ ମିଶି କରିଥିଲା ହତ୍ୟା । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଅଙ୍କିତ ବର୍ମା । କାଠିଆପଡ଼ା ଗାଁର ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣାରେ ଗତକାଲି ପୁଲିସ ସୁପାରୀ କିଲର ଲଲୁ କୁମାର ଓରଫ ଲାଲୁ ଯାଦବକୁ ବିହାରରୁ ଗିରଫ କରିଥିଲା । ସସ୍ମିତା ଦାସଙ୍କର ଅନ୍ୟତ୍ର ନିର୍ବନ୍ଧ ହେବା ପରେ ଗତ ମାସ ୨୦ତାରିଖ ତଥା ନିର୍ବନ୍ଧ ପରଦିନ ସସ୍ମିତାଙ୍କୁ ତାଙ୍କର ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ଘର ପାଖ ବିଲକୁ ଡାକି ସୁପାରୀ କିଲର ସହ ମିଶି ଅତି ନିର୍ମମ ଭାବରେ ହତ୍ୟାକରିଥିଲା । ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇଯାଇଥିବା ବେଳେ ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁକୁ ଦୁଇ ଦିନ ମଧ୍ୟରେ ଗିରଫ କରିଥିଲା ପୁଲିସ। ପରେ ସୁପାରି କିଲର ଲଲୁ କୁମାରଙ୍କୁ ବିହାରରୁ ଗିରଫ କରାଯାଇଥିଲା ।

ସୁପାରି ଦେଇଥିଲା ପ୍ରେମିକ

ପ୍ରେମିକ ସୂର୍ଯ୍ୟକାନ୍ତ ସ୍ବାଇଁ ଏବଂ ସୁପାରି କିଲର ଲଲୁ ଯାଦବ ଗୋଟିଏ ଅଟୋୱାର୍କସ ସଂସ୍ଥାରେ କାମ କରନ୍ତି । ପ୍ରେମିକା ସସ୍ମିତାର ଅନ୍ୟତ୍ର ନିର୍ବନ୍ଧ ପରେ ତାଙ୍କୁ ହତ୍ୟା କରିବା ପାଇଁ ଲଲୁକୁ ଦୁଇ ଲକ୍ଷ ଟଙ୍କାର ସୁପାରି ଦେବାକୁ ଡିଲ କରିଥିଲା । ଏବାବଦରେ ୨୦ହଜାର ଆଡଭାନ୍ସ ଦେଇଥିଲା ସୂର୍ଯ୍ୟକାନ୍ତ । ପରେ ଥରେ ଉଦ୍ୟମ କରି ବିଫଳ ହେବା ପରେ ଗତ ୨୦ତାରିଖ ଦିନ ହତ୍ୟା କରିବାରେ ସଫଳ ହୋଇଥିଲେ। ତେବେ ସୁପାରି କିଲର ଠାରୁ ଗୋଟିଏ କାର, ଗୋଟିଏ ମୋବାଇଲ, ଏଟିଏମ କାର୍ଡ, ଆଧାର ଆଦି ଜବତ କରିଛି ପୁଲିସ । ହୋଇଥିଲା। ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରେମିକ ଆଣି ତାଙ୍କୁ ଘରେ ଛାଡ଼ିଥିଲେ। ରାତି ପ୍ରାୟ ୮ଟାରୁ ସାଢ଼େ ୮ଟା ଭିତରେ ଘରୁ ଯାଇ ଆଉ ଫେରି ନ ଥିଲେ। ଏପ୍ରିଲ ୨୦ ତାରିଖ ସନ୍ଧ୍ୟା ସମୟରେ ଘର ଠାରୁ ଅଳ୍ପ ଦୂରରେ ବିଲ ଭିତରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସୌଜନ୍ୟ ସମ୍ବାଦ