ରାଜ୍ୟ
Budhabalanga Floods: ବଢ଼ୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର: ବନ୍ୟା ମୁହଁରେ ବେତନଟୀର ୧୬ଗାଁ
ବୁଢ଼ାବଳଙ୍ଗ ଉଗାଳିଲା ବିପଦ। ଉଛୁଳି ଉଠିଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର। ଆଉ ଏହାକୁ ନେଇ ଭୟ ଓ ଆଶଙ୍କାରେ ବେତନଟୀ ବ୍ଲକ୍ର ନଦୀକୂଳିଆ ଅଞ୍ଚଳ। ବର୍ଷା ଓ ବନ୍ୟାଜଳର ମିଳିତ ପ୍ରଭାବରେ ଏକାଧିକ ୧୬ଗାଁ ଜଳବନ୍ଦୀ ହୋଇଥିବାବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ବୈଶିଙ୍ଗା (ଦୀପକ କୁମାର ସିଂହ): ବିପଦ ମୁହାଁ ବୁଢ଼ାବଳଙ୍ଗ। ଉଛୁଳି ଉଠିଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର। ଆଉ ଏହାକୁ ନେଇ ଭୟ ଓ ଆଶଙ୍କାରେ ବେତନଟୀ ବ୍ଲକ୍ର ନଦୀକୂଳିଆ ଅଞ୍ଚଳ। ବର୍ଷା ଓ ବନ୍ୟାଜଳର ମିଳିତ ପ୍ରଭାବରେ ଏକାଧିକ ୧୬ଗାଁ ଜଳବନ୍ଦୀ ହୋଇଥିବାବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଫାଇଲିନ ବାତ୍ୟା ପରେ ବୁଢ଼ାବଳଙ୍ଗରେ ଏଭଳି ବଡ଼ ବନ୍ୟା ଦେଖିବାକୁ ମିଳିଥିବାରୁ ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି। ରାତି ବଢ଼ିବା ସହିତ ନଦୀର ଜଳସ୍ତର ବଢ଼ି ଚାଲିଥିବାବେଳେ ସକାଳ ବେଳକୁ ବନ୍ୟାଜଳ ନଦୀକୂଳ ଅଞ୍ଚଳକୁ ସମ୍ପୂର୍ଣ୍ଣ ମାଡ଼ିଯାଇଛି। ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବାବେଳେ ଅନେକ ଗାଁର ରାସ୍ତାଘାଟରେ ପାଣି ପଶିଛି।
ସୌଜନ୍ୟ ସମ୍ବାଦ




