Climate: ହଜାର ବର୍ଷ ଯାଏ ରହିପାରେ ଜଳବାୟୁର କୁପ୍ରଭାବ

ସମ୍ପ୍ରତି ପୃଥିବୀର ଜଳବାୟୁ ଧାରା ଏମିତି ବିଗିଡ଼ି ଯାଇଛି ଯେ ଅତୀତରେ କେବେ ଏଭଳି ଅବସ୍ଥା ହୋଇଥିବା କଥା ରେକର୍ଡଭୁକ୍ତ ହୋଇନାହିଁ। ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିଶ୍ବ ବର୍ତ୍ତମାନ.....

ସମ୍ପ୍ରତି ପୃଥିବୀର ଜଳବାୟୁ ଧାରା ଏମିତି ବିଗିଡ଼ି ଯାଇଛି ଯେ ଅତୀତରେ କେବେ ଏଭଳି ଅବସ୍ଥା ହୋଇଥିବା କଥା ରେକର୍ଡଭୁକ୍ତ ହୋଇନାହିଁ। ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିଶ୍ବ ବର୍ତ୍ତମାନ ଅସନ୍ତୁଳନତାର ଗୋଟାଏ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି ବୋଲି ବୈଜ୍ଞାନିକମାନେ ସାବଧାନ କରାଇ ଦେଇଛନ୍ତି।ସଦ୍ୟତମ ବୈଶ୍ବିକ ଜଳବାୟୁ ମୂଲ୍ୟାୟନ ରିପୋର୍ଟ କହେ, ୨୦୧୫ରୁ ୨୦୨୫ ଏହି ୧୧ ବର୍ଷରେ ନାହିଁ ନ ଥିବା ଗରମ ଅନୁଭୂତ ହୋଇଥିଲା। ସେ ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ସର୍ବାଧିକ ୩ଟି ଉତ୍ତପ୍ତ ବର୍ଷ ମଧ୍ୟରେ ସର୍ବାଗ୍ରେ ଥିଲା୨୦୨୫। ଏ ସମୟରେ ବୈଶ୍ବିକ ଉତ୍ତାପ ଥିଲା ପ୍ରାକ୍‌-ଶିଳ୍ପାୟନସ୍ତର (୧୮୫୦-୧୯୦୦) ଅପେକ୍ଷା ୧.୪୩ ଡିଗ୍ରି ସେଲ୍‌ସିୟସ୍‌ ଅଧିକ। ଏତାଦୃଶ ଧୀର ତାପମାତ୍ରା ବୃଦ୍ଧି କିନ୍ତୁ ପ୍ରାକୃତିକ ଉତ୍ତାପଗତ ତାରତମ୍ୟ ନୁହେଁ। ଏହା ଦୀର୍ଘସ୍ଥାୟୀ ଜଳବାୟୁ ପରିବର୍ତ୍ତନର ସୁସ୍ପଷ୍ଟ ସ‌େଙ୍କତ।

ବିଶ୍ବ ପାଣିପାଗ ସଂସ୍ଥାନର ମହାସଚିବ ସିଲେଷ୍ଟ୍‌ ସାଉଲୁ କହିଛନ୍ତି, ‘‘ବିଜ୍ଞାନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଯୋଗୁଁ ସମ୍ପ୍ରତି ପୃଥିବୀର ଶକ୍ତି ଅସନ୍ତୁଳନ ଓ ସେ ସମ୍ମୁଖୀନ ହେଉଥିବା ବାସ୍ତବତା ଏବଂ ତା’ର ଜଳବାୟୁ ବିଷୟରେ ଆମ ବୋଧଶକ୍ତି ଉନ୍ନତ କରିଛି। ମାନବୀୟ କାର୍ଯ୍ୟକଳାପ ଅଧିକରୁ ଅଧିକ ପ୍ରାକୃତିକ ସନ୍ତୁଳନ ବିଗାଡ଼ିବାରେ ଲାଗିଛି। ତେଣୁ, ଏହାର ପରାଭବ ମଧ୍ୟରେ ହିଁ ଆମକୁ ସହସ୍ରାଧିକ ବର୍ଷ ବଞ୍ଚିବାକୁ ପଡ଼ିବ।’’ସେ ଆହୁରି ମଧ୍ୟ କହିଛନ୍ତି, ‘‘ଧୀରେ ଧୀରେ ଆମ ପାଣିପାଗ ଉଗ୍ର ହେଉଛି। ୨୦୧୫ରେ ଝାଞ୍ଜି, ବନାଗ୍ନି, ମରୁଡ଼ି, ଉଷ୍ମମଣ୍ଡଳୀୟ ତୋଫାନ, ଝଡ଼ ଓ ବନ୍ୟା ହେତୁ ସହସ୍ର ସହସ୍ର ଲୋକ ପ୍ରାଣ ହରାଇଲେ। ଉପରୋକ୍ତ ପ୍ରାକୃତିକ ଦୁର୍ବିପାକଜନିତ କୁପ୍ରଭାବ କୋଟି କୋଟି ଲୋକଙ୍କ ଉପରେ ପଡ଼ିଥିଲା ଏବଂ କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version