Cocaine: ସାର୍କ ଦେହରେ କୋକେନ୍‌ ଓ କ୍ୟାଫିନ୍‌

ବାହାମଜ୍‌ ଉପକୂଳ ଅନ୍ତର୍ଗତ ଜଳରାଶିରେ ଥିବା ସାର୍କ ମାଛମାନଙ୍କ ଶରୀରରେ ସ୍ବଳ୍ପ ପରିମାଣର ବିଭିନ୍ନ ଔଷଧ ଥିବା କଥା ‘ଏନ୍‌ଭିରନ୍‌ମେଣ୍ଟାଲ୍‌ ପଲ୍ୟୁସନ୍‌’ ପତ୍ରିକାରେ ପ୍ରକାଶିତ ଗୋଟାଏ ନୂତନ.....

ବାହାମଜ୍‌ ଉପକୂଳ ଅନ୍ତର୍ଗତ ଜଳରାଶିରେ ଥିବା ସାର୍କ ମାଛମାନଙ୍କ ଶରୀରରେ ସ୍ବଳ୍ପ ପରିମାଣର ବିଭିନ୍ନ ଔଷଧ ଥିବା କଥା ‘ଏନ୍‌ଭିରନ୍‌ମେଣ୍ଟାଲ୍‌ ପଲ୍ୟୁସନ୍‌’ ପତ୍ରିକାରେ ପ୍ରକାଶିତ ଗୋଟାଏ ନୂତନ ଗବେଷଣାରୁ ଜଣାପଡ଼ିଛି। ପ୍ରାଣୀବିଜ୍ଞାନୀ ନତାସା ୱାଜ୍‌ନିୟାକ୍‌ଙ୍କ ନେତୃତ୍ବରେ ଗବେଷକ ଦଳ ଅଲୁଥରା ଦ୍ବୀପ ନିକଟରେ ୮୫ଟି ସାର୍କ ମାଛର ରକ୍ତ ନମୁନା ବିଶ୍ଳେଷଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶଙ୍କ ରକ୍ତରେ କ୍ୟାଫେନ୍‌, ଏସିଟାମିନୋଫିନ୍‌ ଓ ଡାଇକ୍ଲୋଫେନାକ୍‌ ପରି ପୀଡ଼ାନାଶୀ ଔଷଧ ଏବଂ ଗୋଟାଏ ସାର୍କ ରକ୍ତରେ କୋକେନ୍‌ ଥିବା ଜଣାପଡ଼ିଥିଲା।

ସୌଜନ୍ୟ ସମ୍ବାଦ

Exit mobile version