Complaint Against Lord Indra: ବର୍ଷାରେ ଅତିଷ୍ଠ ବ୍ୟକ୍ତି, ଇନ୍ଦ୍ରଦେବଙ୍କ ବିରୋଧରେ ଅଭିଯୋଗ

ଉତ୍ତରପ୍ରଦେଶ, ୨୯/୦୯: ଗତ ୩-୪ ଦିନ ହେଲା ଉତ୍ତରପ୍ରଦେଶରେ ବର୍ଷା ଲାଗି ରହିଛି । ଏଥିରେ ଅତିଷ୍ଠ ହୋଇ ହରଦୋଇ ଜିଲ୍ଲାର ଜଣେ ବ୍ୟକ୍ତି ଇନ୍ଦ୍ରଦେବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଲଗାତାର ବର୍ଷା ଲାଗି ତାଙ୍କୁ ଦାୟୀ କରିଛନ୍ତି । ମଲ୍ଲାୱାଁ ବ୍ଲକ୍ର ନେବାଦା ପାରସ ଗାଁର ବାସିନ୍ଦା ସୂରଜ ତିୱାରୀ ରାଜ୍ୟର ଜନ ଅଭିଯୋଗ ପୋର୍ଟାଲ ଜରିଆରେ ଅଭିଯୋଗ ଦାଖଲ କରିଛନ୍ତି ।
ତାଙ୍କ ଅଭିଯୋଗ ଅନୁସାରେ, ଅନେକ ଘଣ୍ଟା ଧରି ଲଗାତାର ଜିଲ୍ଲାରେ ଭୀଷଣ ବର୍ଷା କରାଉଛନ୍ତି ଇନ୍ଦ୍ରଦେବ । ମୂଷଳାଧାର ବର୍ଷାକୁ ନିୟନ୍ତ୍ରଣ କରିବା ଲାଗି ନିଜର ‘ଦୈବୀ ସମ୍ପର୍କ’ର ଉପଯୋଗ କରିବାକୁ ସେ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଅଭିଯୋଗରେ ସେ ଲେଖିଛନ୍ତି ‘ବେଳେବେଳେ ମୂଷଳାଧାର ଓ ବେଳେବେଳେ ଝିପିଝିପି ବର୍ଷା ଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଉଛି । ପୂର୍ବରୁ କୌଣସି ସୂଚନା ନ ନେଇ ଇନ୍ଦ୍ରଦେବ ଲଗାତାର ବର୍ଷା କରାଉଛନ୍ତି, ଯାହା ଫଳରେ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସୌଜନ୍ୟ ପ୍ରମେୟ




