ଟେଣ୍ଡର ନିୟମରେ ଚଞ୍ଚକତା ଅଭିଯୋଗ। ୮ ଦଫା ଦାବି ପୂରଣ ନେଇ ରାସ୍ତାକୁ ଓହ୍ଲାଇଲା ଠିକାଦାର ମହାସଂଘ। ନିର୍ମାଣ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ସରକାର ଟେଣ୍ଡର ପ୍ରକ୍ରିୟାରେ ଠିକା କାମ ପ୍ରଦାନ କରିଥାନ୍ତି। ଏବେ କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା କରି ନିୟମ ଅଣାଯାଉଛି, ଯାହା ଟେଣ୍ଡର ଫିଲିଂକୁ ପ୍ରୋତ୍ସାହିତ କରିବ।
ସରକାରଙ୍କ ଏହି ନିୟମକୁ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ବିରୋଧ କରିବା ସହ ୮ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ବିଧାନସଭା ସଭ୍ୟମାନଙ୍କୁ ଚିଠି ଲେଖିଛନ୍ତି। ସରକାର ଦାବି ନଶୁଣିଲେ ଏହି ବିକ୍ଷୋଭ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରାଯିବ ବୋଲି ଠିକାଦାର ମହାସଂଘ କହିଛନ୍ତି।
ସେମାନେ ଅଭିଯୋଗ କରିଛନ୍ତି ଯେ ସରକାର ଯେଉଁ ନିୟମ କରିଛନ୍ତି ସେଥିରେ ପ୍ରକୃତ ଯୋଗ୍ୟ ଠିକାଦାର ନୁହେଁ ଯନ୍ତ୍ରୀଙ୍କ ଜରିଆରେ ନିଜ ଲୋକଙ୍କୁ କାମ ଦେବା ପାଇଁ ମସୁଧା କରାଯାଇଛି।
