Shocking Education Report: ଡ୍ରପ୍ ଆଉଟକୁ ନେଇ ଆସିଲା ସାଂଘାତିକ ଚିତ୍ର, ପାଠ ଛାଡ଼ିଛନ୍ତି ୧୫% ପିଲା

ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର । ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି । ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ଛାଡୁଛନ୍ତି ପାଠପଢା । ଯେଉଁଥିରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି ।

ରାଜ୍ୟରେ ପୁଣି ବଢିଲା ଡ୍ରପ୍ ଆଉଟ । ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର । ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି । ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ଛାଡୁଛନ୍ତି ପାଠପଢା । ଯେଉଁଥିରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି ।

ନବମ ଓ ଦଶମ ଶ୍ରେଣୀରେ ୧୨.୫% ଝିଅ ପାଠ ଛାଡିଥିବା ବେଳେ ପୁଅଙ୍କ ସଂଖ୍ୟା ରହିଛି ୧୭.୩ % । ସେହିଭଳି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଡ୍ରପ୍ ଆଉଟ୍ ହାର ରହିଛି ୩.୨ % । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୨.୬ % ଛାତ୍ରୀ ପାଠ ପଢା ଛାଡ଼ିଥିବାବେଳେ ୩.୭ % ପୁଅ ପାଠ ଛାଡ଼ିଛନ୍ତି । ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ଡ୍ରପାଉଟ୍ ହାର ରହିଛି ୦.୭ % ।

୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ଡ୍ରପଆଉଟ୍ ହାର ହ୍ରାସ ପାଇଥିବା ବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ଡ୍ରପ ଆଉଟ୍ ହାର ବଢିଛି । ସେପଟେ ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର ତର୍ଜମା କରାଯାଛି । ଅନେକ ପିଲା ବ୍ୟକ୍ତିଗତ କାରଣରୁ ପରୀକ୍ଷା ଦେଇନାହାନ୍ତି । ସରକାର ଡ୍ରପଆଉଟ୍ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ରାଜ୍ୟରେ ପୁଣି ବଢିଲା ଡ୍ରପ୍ ଆଉଟ୍

୨୦୨୪-୨୫ ଶିକ୍ଷାବର୍ଷରେ ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି
ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ପାଠ ଛାଡିଛନ୍ତି
ଝିଅଙ୍କ ତୁଳନାରେ ଅଧିକ ପୁଅ ଛାଡ଼ୁଛନ୍ତି ପାଠ
ନବମ ଓ ଦଶମ ଶ୍ରେଣୀରେ ୧୨.୫% ଝିଅ ପାଠ ଛାଡ଼ିଛନ୍ତି
ନବମ ଓ ଦଶମ ଶ୍ରେଣୀରେ ପୁଅଙ୍କ ଡ୍ରପ୍ ଆଉଟ୍ ହାର ୧୭.୩ %
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଡ୍ରପ୍ ଆଉଟ୍ ହାର ୩.୨ %
ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ଡ୍ରପ୍ ଆଉଟ୍ ହାର ୦.୭ %
୧୨ ହଜାର ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଘଟଣାର ହେଉଛି ତଦନ୍ତ: ଗଣଶିକ୍ଷା ମନ୍ତ୍ରୀ

ସୌଜନ୍ୟ OTV

Exit mobile version