
ଲଣ୍ଡନ: ନାଇଟ୍କ୍ଲବ୍ ବିବାଦ ପରେ ଇଂଲଣ୍ଡ ଟେଷ୍ଟ୍ ଦଳର ଅଧିନାୟକ ପଦ ହରାଇଛନ୍ତି ବେନ୍ ଷ୍ଟୋକ୍ସ। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ତାଙ୍କ ସ୍ଥାନରେ ଜୋ ରୁଟ୍ଙ୍କୁ ଅନ୍ତରୀଣ ଅଧିନାୟକ ନିଯୁକ୍ତ କରାଯାଇଛି। ଏପରିକି ଷ୍ଟୋକ୍ସଙ୍କୁ ଦଳରୁ ବି ବାଦ ଦିଆଯାଇଛି। ନାଇଟ୍କ୍ଲବ ବିବାଦରେ ତାଙ୍କ ସହ ଥିବା ଗସ୍ ଆଟ୍ନିସନ୍ଙ୍କୁ ବି ଦଳରୁ ବାଦ୍ ଦିଆଯାଇଛି।
ହ୍ୟାରୀ ବ୍ରୁକ୍ ଦଳର ଉପଅଧିନାୟକ ପଦ ବଜାୟ ରଖିଛନ୍ତି। ରୁଟ୍ ୨୦୧୭ରୁ ୨୦୨୨ ମଧ୍ୟରେ ଇଂଲଣ୍ଡ ପାଇଁ ରେକର୍ଡ ୬୪ ଟେଷ୍ଟରେ ନେତୃତ୍ବ ନେଇଥିଲେ। ତେବେ ତାଙ୍କ ଅଧିନରେ ଇଂଲଣ୍ଡ କ୍ରମାଗତ ଟେଷ୍ଟ ହାରିବା ପରେ ସେ ୨୦୨୨ରେ ଅଧିନାୟକ ପଦ ଛାଡ଼ିଦେଇଥିଲେ। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଜୁନ ୧୭ରୁ ଦି ଓଭାଲ୍ଠାରେ ଖେଳାଯିବ।
ସୌଜନ୍ୟ ସମ୍ବାଦ




