ଖେଳଜାତୀୟ

FIFA: ସୋମାଲିଆ ରେଫରିଙ୍କୁ ମିଳିଲାନି ଆମେରିକୀୟ ଭିସା

ଫିଫା ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ବିବାଦୀୟ ହୋଇଛି। ସୋମାଲିଆର ଲୋକପ୍ରିୟ ତଥା ଦକ୍ଷ ରେଫରି ଉମର ଅବଦୁଲ କାଦିର ଆର୍ତାନଙ୍କୁ ଆମେରିକା ସରକାର ଭିସା ଦେବାକୁ ମନା କରି ଦେଇଛି। ଫଳରେ ଫିଫା ରେଫରି ପ୍ୟାନେଲରେ...

ନ୍ୟୁୟର୍କ: ଫିଫା ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ବିବାଦୀୟ ହୋଇଛି। ସୋମାଲିଆର ଲୋକପ୍ରିୟ ତଥା ଦକ୍ଷ ରେଫରି ଉମର ଅବଦୁଲ କାଦିର ଆର୍ତାନଙ୍କୁ ଆମେରିକା ସରକାର ଭିସା ଦେବାକୁ ମନା କରି ଦେଇଛି। ଫଳରେ ଫିଫା ରେଫରି ପ୍ୟାନେଲରେ ସ୍ଥାନ ପାଇଥିଲେ ମଧ୍ୟ ବିଶ୍ବକପ୍‌ରେ ସାମିଲ ହେବାରୁ ବଞ୍ଚିତ ହୋଇଛନ୍ତି ସେ। ଯାହା ଆଫ୍ରିକୀୟ ଫୁଟ୍‌ବଲ୍‌ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି।

ଗତବର୍ଷ ଆଫ୍ରିକାର ଶ୍ରେଷ୍ଠ ରେଫରି ପୁରସ୍କାର ଲାଭ କରିଥିବା ଉମର ସେଥିପାଇଁ ନିରାଶ ହୋଇ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଛନ୍ତି। ସୋମାଲିଆରେ କିନ୍ତୁ ତାଙ୍କୁ ଭବ୍ୟ ସ୍ବାଗତସମ୍ବର୍ଦ୍ଧନା ଦିଆଯାଇଛି। ଆମେରିକା ଭିସା ନଦେଇଥିଲେ ମଧ୍ୟ ସୋମାଲିଆ ସରକାର ତାଙ୍କୁ ଜାତୀୟ ହିରୋର ମର୍ଯ୍ୟାଦା ଦେଇଛନ୍ତି।

ତେବେ ଆମେରିକାର ଏଭଳି ବ୍ୟବହାରକୁ ନେଇ ସେଠାକର ଦରକାର ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଆମେରିକୀୟ ଅଧିକାରମାନେ ନିଜର ଏଭଳି ପଦକ୍ଷେପକୁ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ଯାଇ ଉମରଙ୍କର ଆତଙ୍କବାଦୀଙ୍କ ସହ ସଂପର୍କ ଥିବା ସଫେଇ ଦେଇଛନ୍ତି। ଉମର ଏକ ସନ୍ଦଗ୍ଧ ଆତଙ୍କବାଦୀ ସଂଗଠନର ସକ୍ରିୟ ସଦସ୍ୟ ଥିବାର ସୂଚନା ଆମକୁ ମିଳିଛି। ସେଥିପାଇଁ ତାଙ୍କ ବିମାନ ବନ୍ଦରରୁ ହିଁ ସ୍ବଦେଶ ଫେରାଇ ଦିଆଯାଇଥିଲା ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button