ଖେଳ

Cricket: ବିବିସିଏକୁ ହରାଇ କ୍ବାର୍ଟରରେ ଏଲ୍‌ଏଲ୍‌ସିସି

ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ସିଦ୍ଧାନ୍ତ ପଟ୍ଟନାୟକ ସ୍ମାରକୀ ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଚତୁର୍ଥ କ୍ବାର୍ଟର ଫାଇନାଲ୍‌ରେ ବିବିସିଏକୁ ୮ ରନ୍‌ରେ ପରାସ୍ତ କରି ଏଲ୍‌ଏଲ୍‌ସିସି ଶେଷ ଦଳ ଭାବେ କ୍ବାର୍ଟର ଫାଇନାଲ୍‌ରେ...

ଭୁବନେଶ୍ବର: ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ସିଦ୍ଧାନ୍ତ ପଟ୍ଟନାୟକ ସ୍ମାରକୀ ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଚତୁର୍ଥ କ୍ବାର୍ଟର ଫାଇନାଲ୍‌ରେ ବିବିସିଏକୁ ୮ ରନ୍‌ରେ ପରାସ୍ତ କରି ଏଲ୍‌ଏଲ୍‌ସିସି ଶେଷ ଦଳ ଭାବେ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି।

ବୁଧବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଏଲ୍‌ଏଲ୍‌ସିସି ୨୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା। ଦୀପକ କୁମାର ବରାଳ ୪୬ ରନ୍ କରିଥିଲେ। ନିଜ ବିସ୍ଫୋରକ ପାଳିରେ ସେ ଗୋଟିଏ ଚୌକା ଓ ପାଞ୍ଚଟି ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକାଶ ଟୁଡୁ ଓ ଅଂଶୁଲ ବାରିକ ପ୍ରତ୍ୟେକ ୧୩ ରନ୍ ଯୋଗ କରିଥିଲେ। ବିବିସିଏ ପକ୍ଷରୁ ଆବାହନ ଦାସ ୧୪ ରନ୍ ଦେଇ ୩ଟି ୱିକେଟ୍ ଦଖଲ କରିଥିଲେ।

ଆଦିତ୍ୟ ବର୍ଦ୍ଧନ ଓ ସାଇଶଙ୍କର ସାମଲ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବିସିସିଏ ନିର୍ଦ୍ଧାରିତ ୩୦ ଓଭରରେ ୯ ୱିକେଟ୍ ହରାଇ ୧୨୫ ରନ୍‌ରେ ସୀମିତ ରହି ଯାଇଥିଲା। ସାଇନାରାୟଣ ୩୬ ରନ୍ ଓ ଅଭିଜିତ ନାଥ ୨୯ ରନ୍ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ। ଏଲ୍‌ଏଲ୍‌ସିସି ପକ୍ଷରୁ ସାରାଂଶ ତିୱାରୀ ୪ ୱିକେଟ୍ ଏବଂ ଆଶୁତୋଷ ନାୟକ ୩ଟି ୱିକେଟ୍ ଦଖଲ କରିଥିଲେ। ସାରାଂଶଙ୍କୁ ପାରାମାଉଣ୍ଟ୍‌ କ୍ଲବ୍‌ର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଖେଳାଳି ସନ ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button