ଖେଳ
Cricket: ଆଇସିସି ଦିନିକିଆ ମାନ୍ୟତା: ଗିଲ୍ ଶୀର୍ଷର ନିକଟବର୍ତ୍ତୀ
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଏହି ତାଲିକାର ପ୍ରଥମ ୪ ବ୍ୟାଟର୍ଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଅଛନ୍ତି।

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଏହି ତାଲିକାର ପ୍ରଥମ ୪ ବ୍ୟାଟର୍ଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଅଛନ୍ତି। ଦ୍ବିତୀୟ ଥିବା ଭାରତୀୟ ଅଧିନାୟକ ଶୁବମନ ଗିଲ୍ (୮୦୧ ପଏଣ୍ଟ୍) ଶୀର୍ଷର ନିକଟବର୍ତ୍ତୀ ହୋଇଛନ୍ତି। ସେ ଶୀର୍ଷରେ ଥିବା ଡାରିଲ୍ ମିଚେଲ୍( ୮୦୨ ପଏଣ୍ଟ୍)ଙ୍କ ଠାରୁ ମାତ୍ର ଗୋଟିଏ ପଏଣ୍ଟ୍ ପଛରେ ରହିଛନ୍ତି।
ସୌଜନ୍ୟ ସମ୍ବାଦ




