ଖେଳ

Cricket: ସୟଦ ମୁସ୍ତାକ ଅଲି ଟ୍ରଫି: ମୁମ୍ବାଇ ଦଳରେ ଶ୍ରେୟସ

ସୟଦ ମୁସ୍ତାକ ଅଲି ଟ୍ରଫିର ସୁପର ଲିଗ୍ ପର୍ଯ୍ୟାୟ ପାଇଁ ମୁମ୍ବାଇ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ଟି-୨୦ ଅଧିନାୟକ ଶ୍ରେୟସ ଆୟର। ନଭେମ୍ବର ୩୦ରୁ ନାଗପୁରରେ ଏହି ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍ ପର୍ଯ୍ୟାୟରେ ଦଳର ନେତୃତ୍ୱ ନେଇଥିବା...

ମୁମ୍ବାଇ: ସୟଦ ମୁସ୍ତାକ ଅଲି ଟ୍ରଫିର ସୁପର ଲିଗ୍ ପର୍ଯ୍ୟାୟ ପାଇଁ ମୁମ୍ବାଇ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ଟି-୨୦ ଅଧିନାୟକ ଶ୍ରେୟସ ଆୟର। ନଭେମ୍ବର ୩୦ରୁ ନାଗପୁରରେ ଏହି ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍ ପର୍ଯ୍ୟାୟରେ ଦଳର ନେତୃତ୍ୱ ନେଇଥିବା ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଆୟର ଖେଳିବେ। ମୁମ୍ବାଇ ଗ୍ରୁପ୍‌-ଡି’ରେ ୭ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇ ଶୀର୍ଷ ସ୍ଥାନ ସହ ସୁପର ଲିଗ୍‌କୁ ଉନ୍ନୀତ ହୋଇଛି। ଏହି ଗ୍ରୁପ୍‌ରୁ ବିଦର୍ଭ ମଧ୍ୟ ଯୋଗ୍ୟତା ହାସଲ କରିଛି।

ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଫେରିବେ
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ସୀମିତ ଓଭର କ୍ରିକେଟ୍ ଶୃଙ୍ଖଳା ପରେ ଆୟର ପ୍ରଥମ ଥର ପାଇଁ ଘରୋଇ ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଫେରିବେ। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ଟି-୨୦ ଶୃଙ୍ଖଳାକୁ ୩-୨ରେ ଜିତିଥିବାବେଳେ ଶେଷ ଦୁଇଟି ଦିନିକିଆରେ ଆୟର ଦଳର ନେତୃତ୍ୱ ନେଇଥିଲେ। ଭାରତ ଏହି ଦୁଇ ମ୍ୟାଚ୍‌ରୁ ଗୋଟିଏ ଜିତିଥିବାବେଳେ ଗୋଟିଏ ହାରିଥିଲା। ଦିନିକିଆ ସିରିଜ୍‌କୁ ଭାରତ ୩-୧ରେ ଜିତିଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button