ରାଜ୍ୟ

Death: ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ମାଲକାନଗିରି ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ଆଠ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ଲୋକେ।

ମାଲକାନଗିରି: ମାଲକାନଗିରି ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ଆଠ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ଲୋକେ। ମୃତ ମହିଳା ହେଲେ ବନ୍ଦନା ମଣ୍ଡଳ। ଗତକାଲି ରାତିରେ ଅସୁସ୍ଥ ହେବା ପରେ ତାଙ୍କୁ ସଦର ଚିକିତ୍ସାଳୟକୁ ଅଣାଯାଇଥିଲା । ପରିବାର ଲୋକଙ୍କ କହିବା କଥା ହେଲା ବନ୍ଦନା ରାତିରେ ଅସୁସ୍ଥ ହୋଇ ପଡ଼ିଥିଲେ। ଘରେ ସାପ ଦେଖ‌ିବା ପରେ ସାପ କାମୁଡ଼ିଥିବା ସନ୍ଦେହରେ ଚିକିତ୍ସା ପାଇଁ ଆଣିଲେ। ଏପରିକି ସାପଟିକୁ ମାରି ମେଡିକାଲ ଆଣିଥିଲେ ମଧ୍ୟ ଯଥାଯଥ ଚିକିତ୍ସା ମିଳିନଥିଲା । ପରେ ସକାଳେ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ ବନ୍ଦନା । ତୁରନ୍ତ ପୁଣି ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ଥିତି ସ୍ବାଭାବିକ ହୋଇଛି

ଡାକ୍ତର ରୋଗୀଙ୍କୁ ଠିକ୍ ଚିକିତ୍ସା କରିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ରୋଗୀ ସୁସ୍ଥ ହୋଇ ନଥିବା ବେଳେ ଡାକ୍ତର କାହିଁକି ଘରକୁ ଯିବାକୁ କହିଲେ ବୋଲି ଅଭିଯୋଗ କରିଛନ୍ତି ଲୋକେ। ଏପଟେ ଡାକ୍ତର କହିଛନ୍ତି ରୋଗୀ ନିଜେ ପରିବାର ଲୋକଙ୍କ ସହ ଚାଲି ଯାଇଛି। ଅନ୍ୟପଟେ ଚିକିତ୍ସାରେ କୌଣସି ଅବହେଳା ହୋଇନଥିବା ଦାବି କରିଛନ୍ତି ସମ୍ପୃକ୍ତ ଡାକ୍ତର। ରୋଗୀଙ୍କୁ ଆବଶ୍ୟକ ସମସ୍ତ ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଥ‌ିବା ସେ କହିଛନ୍ତି । ତେବେ ମୃତ୍ୟୁ ପରେ ଉତ୍ତ୍ଯକ୍ତ ଲୋକେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସ୍ବାଭାବିକ ହୋଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button