ଜୀବନଚର୍ଯ୍ୟା

Helicobacter: ହେଲିକୋବ୍ୟାକ୍ଟର୍‌ ପାଇଲୋରିର ଭୂମିକା

ଗ୍ୟାଷ୍ଟ୍ରାଇଟିସ୍ ଏମିତି ଏକ ଅବସ୍ଥା, ଯେଉଁଥିରେ ପେଟର ଭିତର ସ୍ତରରେ ପ୍ରଦାହ ହୋଇଥାଏ। ଏହାର ଲକ୍ଷଣଗୁଡ଼ିକ ହେଲା- ପେଟର ଉପର ଭାଗରେ ଯନ୍ତ୍ରଣା ବା ଜଳାପୋଡ଼ା, ବାନ୍ତି ଲାଗିବା, ବାନ୍ତି ହେବା...

ଗ୍ୟାଷ୍ଟ୍ରାଇଟିସ୍ ଏମିତି ଏକ ଅବସ୍ଥା, ଯେଉଁଥିରେ ପେଟର ଭିତର ସ୍ତରରେ ପ୍ରଦାହ ହୋଇଥାଏ। ଏହାର ଲକ୍ଷଣଗୁଡ଼ିକ ହେଲା- ପେଟର ଉପର ଭାଗରେ ଯନ୍ତ୍ରଣା ବା ଜଳାପୋଡ଼ା, ବାନ୍ତି ଲାଗିବା, ବାନ୍ତି ହେବା ଓ ପେଟ ଭର୍ତ୍ତି ଥିବା ପରି ଲାଗିବା। ପେଟର ପ୍ରତିରକ୍ଷା କବଚ ଭାବେ କାମ କରୁଥିବା ପତଳା ମ୍ୟୁକୋସାଲ୍‌ ସ୍ତର ନଷ୍ଟ ହୋଇଗଲେ ପାଚକ ରସ ସିଧାସଳଖ ପେଟର ସ୍ତର ସଂସ୍ପର୍ଶରେ ଆସି କ୍ଷତ ଓ ପ୍ରଦାହ ସୃଷ୍ଟି କରେ। ଏହା ଦୁଇ ପ୍ରକାରର: ଆକ୍ୟୁଟ୍ ଓ କ୍ରୋନିକ୍। ଆକ୍ୟୁଟ୍ ଗ୍ୟାଷ୍ଟ୍ରାଇଟିସ୍ ସ୍ୱଳ୍ପ ସମୟ ପାଇଁ ହୋଇଥାଏ। କିନ୍ତୁ କ୍ରୋନିକ୍ ଗ୍ୟାଷ୍ଟ୍ରାଇଟିସ୍ ଦୀର୍ଘ ସମୟ ଧରି ରହିଥାଏ, ଯାହା ଶେଷରେ ପେଟରେ ଘା’ ବା ଅଲ୍‌ସର୍ ସୃଷ୍ଟି କରେ। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା- ଏଚ୍‌ ପାଇଲୋରି ସଂକ୍ରମଣ, ଅଧିକ ମାତ୍ରାରେ ଯନ୍ତ୍ରଣାନାଶକ ଔଷଧ ସେବନ ଓ କେତେକ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ସମ୍ବନ୍ଧୀୟ ସମସ୍ୟା।

 

ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଶକ୍ତି ଯୋଗୁଁ ଏଚ୍‌ ପାଇଲୋରିର ଚିକିତ୍ସା କଷ୍ଟକର ହୋଇଥାଏ। ଏଥିପାଇଁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅତି କମ୍‌ରେ ଦୁଇଟି ଆଣ୍ଟିବାୟୋଟିକ୍ ଏବଂ ପେଟରେ ଏସିଡ୍ କମାଇବା ପାଇଁ ପିପିଆଇ ଔଷଧ ଦିଆଯାଏ। ଚିକିତ୍ସା ପରେ ସଂକ୍ରମଣ ସମ୍ପୂର୍ଣ୍ଣ ଦୂର ହୋଇଛି କି ନାହିଁ, ତାହା ନିଶ୍ଚିତ କରିବା ଜରୁରି। ସ୍ୱଚ୍ଛତା ରକ୍ଷା, ହାତ ଧୋଇବା, ପରିସ୍କାର ଖାଦ୍ୟ ଓ ପାଣି ପିଇବା ଦ୍ୱାରା ଏଥିରୁ ବର୍ତ୍ତିହେବ। ମଦ୍ୟପାନ, ଧୂମପାନ ଓ ଡାକ୍ତରଙ୍କ ବିନା ପରାମର୍ଶରେ ଯନ୍ତ୍ରଣାନାଶକ ଔଷଧ ସେବନ ଉଚିତ ନୁହେଁ। ଜୀବନଶୈଳୀରେ ପରିବର୍ତ୍ତନ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଗ୍ୟାଷ୍ଟ୍ରାଇଟିସ୍‌କୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି କର୍କଟ ରୋଗ ଭଳି ବିପଦକୁ ଏଡ଼ାଇ ଦିଆଯାଇପାରିବ।
– ଡାକ୍ତର ସମ୍ବିତ୍‌ ଭୂୟାଁ
ଗ୍ୟାସ୍‌ଟ୍ରୋଏଣ୍ଟ୍ରୋଲୋଜିଷ୍ଟ୍‌, ମଣିପାଲ୍‌ ହସ୍‌ପିଟାଲ୍‌, ଭୁବନେଶ୍ବର

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button