ରାଜ୍ୟ
Death: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ, ଶବ ରଖି ପରିବାର ଲୋକଙ୍କ ଧାରଣା
ଡାକ୍ତର ଅଜୟ ପଣ୍ଡା ତାଙ୍କୁ ଇଞ୍ଜେକସନ୍ ଦେଇଥିଲେ। ଏହାର କିଛି ସମୟ ପରେ ଲଛନ୍ତିଙ୍କର ପେଟ ଫୁଲିଥିଲା। ତାପରେ ଲଛନ୍ତିଙ୍କ ସ୍ବାମୀ ତୁଲସୀ ମାଝୀ ଏନେଇ ଡାକ୍ତରଙ୍କୁ ଜଣାଇଥିଲେ। ତାପରେ ଡାକ୍ତର ମେଡିସିନ୍ ଦେଇଥିଲେ। ଏହାପରେ ଗତ ରାତିରେ ଲଛନ୍ତିଙ୍କ ମୃତ୍ୟୁ ଘଟିଥିଲା।

ନୂଆପଡ଼ା: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ, ଶବ ରଖି ପରିବାର ଲୋକଙ୍କ ଧାରଣା। ଏଭଳି ଅଭାବନୀୟ ଘଟଣାଦେଖିବାକୁ ମିଳିଛି ନୂଆପଡ଼ାରେ। ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ଦିନ କୋମନା ବ୍ଲକ୍ ପେଣ୍ଡରାପଦର ଗାଁର ଲଛନ୍ତି ମାଝୀ(୩୫) ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ସେଠାରେ ଡାକ୍ତର ଅଜୟ ପଣ୍ଡା ତାଙ୍କୁ ଇଞ୍ଜେକସନ୍ ଦେଇଥିଲେ। ଏହାର କିଛି ସମୟ ପରେ ଲଛନ୍ତିଙ୍କର ପେଟ ଫୁଲିଥିଲା। ତାପରେ ଲଛନ୍ତିଙ୍କ ସ୍ବାମୀ ତୁଲସୀ ମାଝୀ ଏନେଇ ଡାକ୍ତରଙ୍କୁ ଜଣାଇଥିଲେ। ତାପରେ ଡାକ୍ତର ମେଡିସିନ୍ ଦେଇଥିଲେ। ଏହାପରେ ଗତ ରାତିରେ ଲଛନ୍ତିଙ୍କ ମୃତ୍ୟୁଘଟିଥିଲା।
ସୌଜନ୍ୟ ସମ୍ବାଦ




