ଦେଶ ବିଦେଶ

Death penalty: ଇରାନୀ ଯମଜ ଭଉଣୀ ଶାସକଙ୍କ କ୍ରୋଧର ସମ୍ମୁଖୀନ

ଇରାନ ଆଜି ଆମେରିକା ବିରୋଧରେ ଯୁଦ୍ଧ ଲଢ଼ୁଛି। ଆମେରିକା ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଇରାନରେ ଶାସନ ବିରୋଧରେ ତୀବ୍ର ସ୍ବର ଉଠୁଥିଲା। ଜନତାଙ୍କ ପ୍ରଖର ସ୍ବରକୁ ଦବେଇବାକୁ ଇରାନ ସରକାର କଠୋର ବଳ ପ୍ରୟୋଗ କରୁଥିଲା।

ତେହେରାନ: ଇରାନ ଆଜି ଆମେରିକା ବିରୋଧରେ ଯୁଦ୍ଧ ଲଢ଼ୁଛି। ଆମେରିକା ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଇରାନରେ ଶାସନ ବିରୋଧରେ ତୀବ୍ର ସ୍ବର ଉଠୁଥିଲା। ଜନତାଙ୍କ ପ୍ରଖର ସ୍ବରକୁ ଦବେଇବାକୁ ଇରାନ ସରକାର କଠୋର ବଳ ପ୍ରୟୋଗ କରୁଥିଲା। ଏହି ସମୟରେ ଦୁଇ ଜଣ ଯମଜ ଭଉଣୀଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସେମାନଙ୍କ ବୟସ ୧୯ ବର୍ଷ ଥିଲା। ଆଜି ଦୁଇ ଭଉଣୀଙ୍କ ବୟସ ୨୦ ବର୍ଷ ହେବ। ଦୁଇ ଭଉଣୀ ଏବେ ଜେଲରେ ଅଛନ୍ତି ଓ ସେଠାରେ ସେମାନଙ୍କୁ ଅତି ନିର୍ମମ ଭାବେ ପ୍ରତାରିତ କରାଯାଉଛି। ଏମାନଙ୍କ ନାଁ ତାରାନେହ ରହିମି ଓ ରୋମିନା‌ ରହିମି। ତାରାନେହଙ୍କୁ ମୃତ୍ୟୁଦଣ୍ଡ ମିଳିଥିବାବେଳେ ରୋମିନାଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ମାସ୍କ ଲଗାଇଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ଘରୁ ଉଠାଇ ନେଇଥିଲେ।

ରହିମି ଭଉଣୀଙ୍କୁ ଇରାନୀ ଗାର୍ଡ଼ସଙ୍କ ନିର୍ଦ୍ଦେଶରେ ଉଠା ଯାଇଥିଲା। ଚାରି ମାସ ପର୍ଯ୍ୟନ୍ତ ସେମାନଙ୍କ ପରିଜନଙ୍କୁ ଜଣାନଥିଲା କି ସେମାନଙ୍କୁ କେଉଁଠାରେ ରଖାଯାଇଛି। ରହିମି ଭଉଣୀଙ୍କ ମା’ ମର୍ଜିହ ନୁରମୋହମଦୀ ନିଜ ଝିଅଙ୍କୁ ହସ୍ପିଟାଲଠାରୁ ଆରମ୍ଭ କରି ସମସ୍ତ ସରକାରୀ ସ୍ଥାନରେ ଖୋଜିଥିଲେ। ବହୁ ଦିନ ପରେ ସେ ଜାଣିବାକୁ ପାଇଥିଲେ ସେ ତାଙ୍କ ଝିଅମାନଙ୍କୁ ଇସଫାହାନର ଜେଲରେ ବନ୍ଦ ରଖାଯାଇଛି। ଶେଷରେ ମେ’ ମାସରେ ତାଙ୍କୁ ତାଙ୍କ ଝିଅମାନଙ୍କୁ ଭେଟିବାକୁ ଅନୁମତି ମିଳିଥିଲା। ସେ ଜେଲରେ ଥିବା ନିଜ ଝିଅମାନଙ୍କୁ ପ୍ରଥମେ ଚିହ୍ନି ପାରିନଥିଲେ। କାରଣ ସେମାନଙ୍କ ମୁହଁର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା ଓ ମୁହଁ ଫୁଲି ଯାଇଥିଲା।

ରହିମି ଭଉଣୀଙ୍କ ସମ୍ପର୍କୀୟ ଭାଇ ମସୁଦ ନୁରମୋହମ୍ମଦୀ କହିଛନ୍ତି, ଜେଲରେ ସେମାନଙ୍କ କହୁଣୀ ଓ ଗୋଡ଼ ଭାଙ୍ଗି ଯାଇଥିଲା। ଜେଲରେ ତାଙ୍କ ଉଭଣୀମାନଙ୍କୁ ଅତ୍ୟଧିକ ନିର୍ଯାତନା ଦିଆଯାଉଛି। ତାରାନେହ ରହିମି କୋର୍ଟରେ କହିଥିଲେ ଯେ, ତାଙ୍କୁ ଖୁବ୍‌ ପ୍ରତାଡ଼ିତ କରାଯାଉଛି। ତାଙ୍କ ଭଉଣୀ ସହିତ ଦୁଷ୍କର୍ମ କରାଯିବାର ମଧ୍ୟ ଧମକ ଦିଆଯାଉଥିଲା। ପରିବାର ଲୋକ କହିଛନ୍ତି, ଜେଲର ଗାର୍ଡ଼ସମାନେ ତାରାନେହଙ୍କୁ ଧମକ ଦେଇଥିଲେ ଯେ, ସେ ସ୍ବୀକାରୋକ୍ତିରେ ଯଦି ଦସ୍ତଖତ ନକରିବେ ତାହାହେଲେ ସେମାନେ ତାଙ୍କ ଆଗରେ ଭଉଣୀ ରୋମିନା ସହିତ ଦୁଷ୍କର୍ମ କରିବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button