Attack: ଇସ୍ରାଏଲ ଉପରେ ବହୁମୁଖୀ ଆକ୍ରମଣ କରିବାକୁ ଇରାନର ଯୋଜନା: ରିପୋର୍ଟ
ଇସ୍ରାଏଲ ଉପରେ ୨୦୨୩ ଅକ୍ଟୋବର ୭ ରେ ହମାସ ଦ୍ବାରା ହୋଇଥିବା ଆକ୍ରମଣ ପରି ଇରାନ ନିଜର ଆଞ୍ଚଳିକ ସହଯୋଗୀଙ୍କୁ ନେଇ ବହୁ ମୁଖୀ ଆକ୍ରମଣ କରିବାକୁ ଯୋଜନା କରୁଥିବା କୁହାଯାଉଛି। ତେହେରାନ ଲେବାନନ୍ରେ ହିଜବୁଲ୍ଲା, ହମାସ ଓ ୟେମେନରେ ହୁତି...

ତେହେରାନ: ଇସ୍ରାଏଲ ଉପରେ ୨୦୨୩ ଅକ୍ଟୋବର ୭ ରେ ହମାସ ଦ୍ବାରା ହୋଇଥିବା ଆକ୍ରମଣ ପରି ଇରାନ ନିଜର ଆଞ୍ଚଳିକ ସହଯୋଗୀଙ୍କୁ ନେଇ ବହୁ ମୁଖୀ ଆକ୍ରମଣ କରିବାକୁ ଯୋଜନା କରୁଥିବା କୁହାଯାଉଛି। ତେହେରାନ ଲେବାନନ୍ରେ ହିଜବୁଲ୍ଲା, ହମାସ ଓ ୟେମେନରେ ହୁତି ବିଦ୍ରୋହୀଙ୍କ ସହିତ ଇରାକରେ ଥିବା ଇରାନ ସମର୍ଥିତ ମିଲିସିଆ ଓ ନିଜ ସୈନିକଙ୍କ ସହାୟତାରେ ଇସ୍ରାଏଲ ଉପରେ ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ଜେରୁଜେଲମ୍ ପୋଷ୍ଟ ଇସ୍ରାଏଲ ସମୀକ୍ଷାରୁ ପ୍ରକାଶ କରିଛି। ଏହା ଯୋଜନା ଉପରେ ବିଚାର ଚାଲିଛି। ଇସ୍ରାଏଲ ଉପରେ ଗୋଟିଏ ଅପରେସନରେ ବିଭିନ୍ନ ଦିଗରୁ ଆକ୍ରମଣ କରିବାକୁ ରଣନୀତି ପ୍ରସ୍ତୁତ ହେଉଛି।
ଗତ ମାସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର ଓ ଦକ୍ଷିଣ ଦିଗରୁ ଇସ୍ରାଏଲ ଉପରେ ଏକକାଳୀନ ଚାପ ବୃଦ୍ଧି କରିବାର ପ୍ରୟାସର ଅଂଶ ଭାବରେ ଇରାନ ପ୍ରତିରକ୍ଷା ବାହିନୀ ହମାସ ଓ ହିଜବୁଲ୍ଲା ମଧ୍ୟରେ ନୂତନ ସମନ୍ୱୟ କରୁଛି। ଜେରୁଜେଲମ୍ ପୋଷ୍ଟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ସମୀକ୍ଷାକୁ ନେଇ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇରାନ ସହାୟତାରେ ହମାସ ଓ ହିଜବୁଲ୍ଲା ଗତ କିଛି ସପ୍ତାହ ମଧ୍ୟରେ ସେମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇଁ ସମନ୍ୱୟ ସ୍ଥାପନ କରିବା ଆରମ୍ଭ କରିସାରିଛନ୍ତି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, କୁଦସ୍ ଫୋର୍ସର ବରିଷ୍ଠ ଅଧିକାରୀମାନେ ହିଜବୁଲ୍ଲା, ହୁତି ଓ ଇରାକୀ ମିଲିସିଆର କମାଣ୍ଡରମାନଙ୍କ ସହ ଇସ୍ରାଏଲ ଉପରେ ଆକ୍ରମଣର ବିସ୍ତାର ସମ୍ପର୍କରେ ଆଲୋଚନା କରିଛନ୍ତି। କ୍ଷେପଣାସ୍ତ୍ର ଓ ଡ୍ରୋନର ଉତ୍ପାଦନକୁ ତ୍ୱରାନ୍ୱିତ କରିବା ଓ କ୍ଷତିଗ୍ରସ୍ତ କ୍ଷମତାର ପୁନରୁଦ୍ଧାର କରିବା ପାଇଁ ଇରାନର ପ୍ରୟାସ ବିଷୟରେ ମଧ୍ୟ ରିପୋର୍ଟ ପ୍ରକାଶ କରିଛି।
ସୌଜନ୍ୟ ସମ୍ବାଦ




