Drug Rehabilitation Center: ନିଶା ନିବାରଣ କେନ୍ଦ୍ରରୁ ଫେରାର ହୋଇଗଲେ ୩୪ ଅନ୍ତେବାସୀ

ଜଗତସିଂହପୁର: ଜଗତସିଂହପୁର ସହର ଖେରସଠାରେ ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଇଞ୍ଜେକସନ ଦେଇ ହତ୍ଯା ଘଟଣାକୁ କେଇଦିନ ନ ପୂରୁଣୁ ପୁଣି ଏକ ଅଘଟଣ ଘଟିଛି। ସେଠାରେ ରହୁଥିବା ଅନ୍ତେବାସୀଙ୍କ ମଧ୍ଯରୁ ୩୪ ଜଣ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି | କିନ୍ତୁ ଏଯାଏଁ ଥାନାରେ କୌଣସି ରିପୋର୍ଟ ହୋଇ ନ ଥିବା ଜଣାପଡ଼ିଛି | ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ପୌରାଞ୍ଚଳର ଜଳସେଚନ ଅଫିସ ପଛପାଖ କେନାଲ ବନ୍ଧ-ଖେରସ ରାସ୍ତାରେ ଥିବା ସୁଧାର ନିଶା ନିବାରଣ କେନ୍ଦ୍ରରେ ତିର୍ତ୍ତୋଲ ନାଗପୁର ଅଞ୍ଚଳର ଅନିରୁଦ୍ଧ ଲେଙ୍କାଙ୍କୁ ୨୩ ତାରିଖରେ ସେଠାରେ ମାଡ଼ ମରାଯିବା ସହ ଇଞ୍ଜେକସନ୍ ଦେଇ ହତ୍ୟା କରା ଯାଇଥିଲା | ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା | ସେମାନେ ହେଲେ କଣ୍ଟାବଲ୍ଲଭପୁର ଅଞ୍ଚଳର ସବୁଜ କୁମାର ସାହୁ(୩୦) ଓ ବାଲିକୁଦା ନାଦ ଅଞ୍ଚଳର ବିଭବ କୁମାର ମହାନ୍ତି(୨୮)।

 

ସୌଜନ୍ୟ Prameya News7