ଜାତୀୟବାଣିଜ୍ୟ

E20 Petrol: ପେଟ୍ରୋଲ ଶସ୍ତା କରିବାକୁ ଆମେ ଇଥାନଲ ମିଶାଇ ନଥିଲୁ: କେନ୍ଦ୍ର ସରକାର

​​​​​​​ନୂଆଦିଲ୍ଲୀ: ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ନାନା ବିବାଦ ଉଠୁଥିବା ବେଳେ ସୋସିଆଲ୍ ମିଡିଆ ପ୍ରଚାରକୁ ଗୁଜବ ବୋଲି କହିଛନ୍ତି ସରକାର। ତା ସହିତ ଏକାଧିକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ସେଥିମଧ୍ୟରୁ କିଛି ଜରୁରୀ ଉତ୍ତର ପଢ଼ନ୍ତୁ।

ନୂଆଦିଲ୍ଲୀ: ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ନାନା ବିବାଦ ଉଠୁଥିବା ବେଳେ ସୋସିଆଲ୍ ମିଡିଆ ପ୍ରଚାରକୁ ଗୁଜବ ବୋଲି କହିଛନ୍ତି ସରକାର। ତା ସହିତ ଏକାଧିକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ସେଥିମଧ୍ୟରୁ କିଛି ଜରୁରୀ ଉତ୍ତର ପଢ଼ନ୍ତୁ।

୧. ଗ୍ରାହକମାନଙ୍କ ପାଇଁ ସାଧାରଣ ପେଟ୍ରୋଲ, E10  E20 ବିକଳ୍ପ କାହିଁକି ନାହିଁ?

ଉତ୍ତର: ଦେଶବ୍ୟାପୀ ଅଲଗା ଅଲଗା ଇନ୍ଧନ ଯୋଗାଣ ବ୍ୟବସ୍ଥା ଚଳାଇବା ପ୍ରାକ୍ଟିକାଲ ସମ୍ଭବ ନୁହେଁ। ଦେଶର ଏକ ଲକ୍ଷରୁ ଅଧିକ ପେଟ୍ରୋଲ ପମ୍ପ, ଡିପୋ, ଟର୍ମିନାଲ ଓ ପାଇପଲାଇନ୍‌ରେ ସାଧାରଣ ପେଟ୍ରୋଲ, E10 ଓ E20 ପାଇଁ ପୃଥକ ବିତରଣ ବ୍ୟବସ୍ଥା ଚଳାଇବା ଅତ୍ୟନ୍ତ ଜଟିଳ ଓ ଖର୍ଚ୍ଚସାପେକ୍ଷ। ସେହିପରି, ଏଥାନଲ ଉତ୍ପାଦନ ଭିତ୍ତିଭୂମିରେ ପ୍ରାୟ ₹୧ ଲକ୍ଷ କୋଟି ନିବେଶ ହୋଇଥିବାରୁ ଏହି ନୀତି ଗ୍ରାହକ ସୁବିଧା, ଶକ୍ତି ସୁରକ୍ଷା ଓ ଜାତୀୟ ନିବେଶ ମଧ୍ୟରେ ସନ୍ତୁଳନ ରଖୁଛି।

. E20 ପେଟ୍ରୋଲ ସାଧାରଣ ପେଟ୍ରୋଲଠାରୁ ଶସ୍ତା କାହିଁକି ନୁହେଁ?

ଉତ୍ତର: ଏଥାନଲ ମିଶ୍ରଣର ଉଦ୍ଦେଶ୍ୟ ପେଟ୍ରୋଲ ଦାମ କମାଇବା ନୁହେଁ, ବରଂ ଦେଶର ଶକ୍ତି ସୁରକ୍ଷା ବଢ଼ାଇବା। ଚାଷୀମାନଙ୍କୁ ଉଚିତ ମୂଲ୍ୟ ଦେବା ପାଇଁ ଏଥାନଲକୁ ଲାଭଜନକ ଦରରେ କ୍ରୟ କରାଯାଉଛି। ବର୍ତ୍ତମାନର ଅଶୋଧିତ ତୈଳ ଦର ଅନୁଯାୟୀ, E20 ପ୍ରସ୍ତୁତ କରିବାର ଖର୍ଚ୍ଚ ସାଧାରଣ ପେଟ୍ରୋଲଠାରୁ ଅଧିକ ହୋଇପାରେ। ତଥାପି, ଏହି କାର୍ଯ୍ୟକ୍ରମ ଦ୍ୱାରା ଅଶୋଧିତ ତୈଳ ଆମଦାନୀ କମିଛି, ବୈଦେଶିକ ମୁଦ୍ରା ସଞ୍ଚୟ ହୋଇଛି, କାର୍ବନ ନିର୍ଗମନ ହ୍ରାସ ପାଇଛି ଏବଂ ଚାଷୀମାନଙ୍କ ଆୟ ବଢ଼ିଛି।

. E20 ପେଟ୍ରୋଲ ପୁରୁଣା ଗାଡ଼ି କିମ୍ବା ଇଞ୍ଜିନକୁ କ୍ଷତି ପହଞ୍ଚାଏ କି?

ଉତ୍ତର: ଏହାର କୌଣସି ବ୍ୟାପକ ପ୍ରମାଣ ନାହିଁ। ସରକାର କହିଛନ୍ତି, ଅଟୋମୋବାଇଲ କମ୍ପାନୀ, ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ARAI), SIAM ଓ ତୈଳ କମ୍ପାନୀମାନଙ୍କ ଦ୍ୱାରା ବ୍ୟାପକ ପରୀକ୍ଷା ପରେ ହିଁ E20 ପେଟ୍ରୋଲକୁ ଅନୁମୋଦନ ଦିଆଯାଇଛି। ଯଦି ସୁରକ୍ଷା ସମସ୍ୟା ଥାଆନ୍ତା, ତେବେ କମ୍ପାନୀମାନେ E20 ସହ ଅନୁକୂଳ ଗାଡ଼ିକୁ ଅନୁମତି ଦେଇନଥାନ୍ତେ କିମ୍ବା ୱାରେଣ୍ଟି ଜାରି ରଖିନଥାନ୍ତେ।

ସରକାର ଆହୁରି କହିଛନ୍ତି ଯେ ଲକ୍ଷ ଲକ୍ଷ ପୁରୁଣା ଗାଡ଼ିର ସର୍ଭିସିଂ ହୋଇଥିଲେ ମଧ୍ୟ E20 କାରଣରୁ କୌଣସି ଡ୍ୟାମେଜ କିମ୍ବା ଇଞ୍ଜିନର ଅସାଧାରଣ କ୍ଷତି ହୋଇଥିବାର କୌଣସି ରିପୋର୍ଟ ମିଳିନାହିଁ।

  .E20 ପେଟ୍ରୋଲରେ ମାଇଲେଜ କମିଯାଏ କି?

ଉତ୍ତର: ସାମାନ୍ୟ କମିପାରେ। କେତେକ ଗାଡ଼ିରେ ଇନ୍ଧନ ଦକ୍ଷତା (Fuel Economy) ୩ ରୁ ୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। କିନ୍ତୁ E20ର ଉଚ୍ଚ ଅକ୍ଟେନ୍ ରେଟିଂ, ଭଲ ଦହନ କ୍ଷମତା, ସ୍ମୁଥ୍ ଆକ୍ସେଲେରେସନ୍, ସଫା ଇଞ୍ଜିନ ଏବଂ କମ୍ ପ୍ରଦୂଷଣ ଭଳି ସୁବିଧା ଏହି ସାମାନ୍ୟ ମାଇଲେଜ ହ୍ରାସଠାରୁ ଅଧିକ ଲାଭଦାୟକ ବୋଲି ସରକାର କହିଛନ୍ତି।

୫. ଗ୍ରାହକଙ୍କ ପାଇଁ ସରକାରଙ୍କ ବାର୍ତ୍ତା କଣ?

ସରକାର କହିଛନ୍ତି, E20 ହେଉଛି ବୈଜ୍ଞାନିକ ଭାବେ ପରୀକ୍ଷିତ ଏବଂ ସୁରକ୍ଷିତ ଇନ୍ଧନ। ଏହାର ଗୁଣବତ୍ତା ଭାରତୀୟ ମାନକ ବ୍ୟୁରୋ (BIS)ର ନିୟମ ଅନୁଯାୟୀ ନିରନ୍ତର ଯାଞ୍ଚ କରାଯାଉଛି। ସୋସିଆଲ ମିଡିଆରେ ପ୍ରଚାରିତ ଅପ୍ରମାଣିତ ଦାବି ଉପରେ ବିଶ୍ୱାସ ନ କରିବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ମତରେ, ଏଥାନଲ ବ୍ଲେଣ୍ଡିଂ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତର ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା, ବାୟୁ ପ୍ରଦୂଷଣ ହ୍ରାସ କରିବା, ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଏଥାନଲ ଉତ୍ପାଦନ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି କରିବା।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button