Elon Musk Net Worth: ଗୋଟିଏ ବର୍ଷରେ ଅମ୍ବାନୀ-ଅଦାନୀଙ୍କ ମିଳିତ ସମ୍ପତ୍ତିଠାରୁ ଅଧିକ ଆୟ କଲେ ମସ୍କ, ପଛରେ ପଡ଼ିଲେ ବିଶ୍ବର ସବୁ ଧନୀକ ବ୍ୟକ୍ତି

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଇତିହାସ ରଚିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ମୋଟ ସମ୍ପତ୍ତି ୬୦୦ ବିଲିୟନ (ପ୍ରାୟ ୫୪ ଲକ୍ଷ କୋଟି ଟଙ୍କା) ଡଲାର ଅତିକ୍ରମ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ତାଙ୍କର ସମ୍ପତ୍ତି ୧୬୭ ବିଲିୟନ ଡଲାର ବୃଦ୍ଧି ପାଇଛି।

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଇତିହାସ ରଚିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ମୋଟ ସମ୍ପତ୍ତି ୬୦୦ ବିଲିୟନ (ପ୍ରାୟ ୫୪ ଲକ୍ଷ କୋଟି ଟଙ୍କା) ଡଲାର ଅତିକ୍ରମ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ତାଙ୍କର ସମ୍ପତ୍ତି ୧୬୭ ବିଲିୟନ ଡଲାର ବୃଦ୍ଧି ପାଇଛି। ମସ୍କଙ୍କ ସମ୍ପତ୍ତିରେ ଏହି ଆଶ୍ଚର୍ଯ୍ୟଜନକ ବୃଦ୍ଧି ତାଙ୍କ ରକେଟ ନିର୍ମାଣକାରୀ କମ୍ପାନି ସ୍ପେସଏକ୍ସର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ହୋଇଥିବା ଜଣାଯାଇଛି। ଏହି କାରଣରୁ ସେ ବିଶ୍ୱର ଅନ୍ୟ ସମସ୍ତ କୋଟିପତିଙ୍କୁ ପଛରେ ପକାଇ ଦେଇଛନ୍ତି। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିଠାରୁ ମସ୍କ କେବଳ ଚଳିତ ବର୍ଷରେ ଅଧିକ ଆୟ କରିଛନ୍ତି।

 

Exit mobile version