ମନୋରଞ୍ଜନ

Entertainment ‘ଦଇବ ଦଉଡ଼ି’ରୁ ‘କପାଳ ଲିଖନ’

ଅକ୍‌ଟୋବର ୧୨ରେ ଓଡ଼ିଶାର ଦୁଇ ଦିଗ୍‌ଗଜ କଳାକାର ଅକ୍ଷୟ ମହାନ୍ତି ଓ ହର ପଟ୍ଟନାୟକଙ୍କ ଜନ୍ମ। ଦୁହେଁ ନିଜ ନିଜ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ଯୋଗଜନ୍ମା ଅକ୍ଷୟ ଥିଲେ ଏକାଧାରରେ ଗାୟକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଓ ସାହିତ୍ୟିକ।

ଅକ୍‌ଟୋବର ୧୨ରେ ଓଡ଼ିଶାର ଦୁଇ ଦିଗ୍‌ଗଜ କଳାକାର ଅକ୍ଷୟ ମହାନ୍ତି ଓ ହର ପଟ୍ଟନାୟକଙ୍କ ଜନ୍ମ। ଦୁହେଁ ନିଜ ନିଜ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ଯୋଗଜନ୍ମା ଅକ୍ଷୟ ଥିଲେ ଏକାଧାରରେ ଗାୟକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଓ ସାହିତ୍ୟିକ। ସେହିପରି ହର ପଟ୍ଟନାୟକ ଥିଲେ ସୁଅଭିନେତା ଓ ଦକ୍ଷ ନିର୍ଦ୍ଦେଶକ। ୧୯୯୦ ଦଶକରେ ଅକ୍ଷୟ ଓ ହରଙ୍କ ଯୋଡ଼ି ଓଡ଼ିଆ ଦର୍ଶକଙ୍କୁ ତିନିଟି ମନଛୁଆଁ ଛବି ଉପହାର ଦେଇଥିଲେ।

ଶିବଶଙ୍କର ଓଝା

ନିର୍ଦ୍ଦେଶକ ଭାବେ ହର ପଟ୍ଟନାୟକଙ୍କ ପ୍ରଥମ ଓଡ଼ିଆ ଛବି ଥିଲା ୧୯୯୦ରେ ମୁକ୍ତି ପ୍ରାପ୍ତ ‘ଦଇବ ଦଉଡ଼ି’। ସୁରେନ୍ଦ୍ର ରାଉତଙ୍କ ପ୍ରଯୋଜିତ ଏହି ସିନେମାରେ ଉତ୍ତମ ମହାନ୍ତି, ରେଖା ରାଓ, ବ୍ରଜ, ବାଙ୍କୁ, ଜୟୀ, ପ୍ରଦ୍ୟୁମ୍ନ ଲେଙ୍କା, ଦେବୁ ବୋଷ ଓ ନିଜେ ହର ପଟ୍ଟନାୟକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଖୋକାଭାଇ ଓରଫ ଅକ୍ଷୟ ମହାନ୍ତିଙ୍କୁ ହିଁ ‘ଦଇବ ଦଉଡ଼ି’ର ସଙ୍ଗୀତ ନିର୍ଦ୍ଦେଶନା ଦେବାକୁ ଅନୁରୋଧ କରିଥିଲେ ହର। ଅକ୍ଷୟ ବି ରାଜି ହୋଇଥିଲେ। ଅକ୍ଷୟ ମହାନ୍ତି ଓ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହାର ଗୀତଗୁଡ଼ିକ ରଚନା କରିଥିଲେ। ଆଉ ହର-ଅକ୍ଷୟ ଯୋଡ଼ିର ପ୍ରଥମ ସିନେମା ବି ମ୍ୟୁଜିକାଲ୍ ହିଟ୍ ସାବ୍ୟସ୍ତ ହୋଇଥିଲା। ଏହାର ‘ଢେଉ ପରେ ଢେଉ…’, ‘ବଗିଚାର ନାଆଁ ତିନିକୋଣିଆ…’, ‘ସମୟର ଚକ ଯାଏ ଘୁରିଘୁରିକା…’, ‘ଯଦି ମରିବା ତେବେ ପ୍ରେମ କରି…’ ଆଦି ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ‘ସମୟର ଚକ ଯାଏ…’ ଗୀତ ପାଇଁ କଣ୍ଠଶିଳ୍ପୀ ସୁବାସ ଦାଶଙ୍କୁ ମିଳିଥିଲା ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହି ସିନେମାରେ ଅକ୍ଷୟ ମହାନ୍ତି, ବିବୁ ଦାସ ଓ ଗୀତା ଦାଶ ପ୍ରମୁଖ କଣ୍ଠଦାନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button