ଖେଳ

FIFA WORLD CUP: ଏକ ଯୁଗର ଅନ୍ତ; ମେସିଙ୍କ ଠାରୁ ରୋନାଲ୍ଡୋ, ୧୩ ଜଣ ଫୁଟବଲ୍ କିମ୍ବଦନ୍ତୀଙ୍କ ହୋଇପାରେ ଶେଷ ବିଶ୍ୱକପ୍

ନୂଆଦିଲ୍ଲୀ: ୨୦୨୬ ଫିଫା ବିଶ୍ୱକପ୍ ଫୁଟବଲ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ଆମେରିକା, କାନାଡା ଏବଂ ମେକ୍ସିକୋରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ୪୮ଟି ଦଳ ଭାଗ ନେବେ । ତେବେ ଏହି ବଡ଼ ଆୟୋଜନ ସହିତ ଫୁଟବଲ୍ ଜଗତରେ ଏକ ଯୁଗର ଅବସାନ ମଧ୍ୟ ହେବାକୁ ଯାଉଛି । ବିଶ୍ୱ ଫୁଟବଲରର ସବୁଠାରୁ ପ୍ରସିଦ୍ଧ ଏବଂ ପ୍ରତିଭାବାନ ୧୩ ଜଣ ଖେଳାଳିଙ୍କ ପାଇଁ ଏହା ଶେଷ ବିଶ୍ୱକପ ହୋଇପାରେ ।

୧. ଲିଓନେଲ୍ ମେସି, ୩୯ ବର୍ଷ (ଆର୍ଜେଣ୍ଟିନା)

୨୦୨୨ କତାର ବିଶ୍ୱକପ୍ ବିଜେତା ମେସି ଏଥର ନିଜ ଦେଶର ଟାଇଟଲ୍ ରକ୍ଷା କରିବା ପାଇଁ ପଡ଼ିଆକୁ ଓହ୍ଲାଇବେ । ନିଜର ଦୀର୍ଘ ଦିନର ପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ ସେ ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ଆର୍ଜେଣ୍ଟିନା ଟିମ୍ ଆଜି ବି ମେସିଙ୍କ ଉପରେ ପୂରା ନିର୍ଭର । ଆଧୁନିକ ଫୁଟବଲ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ଏହା ତାଙ୍କ ଆନ୍ତର୍ଜାତିକ କ୍ୟାରିୟରର ଶେଷ ଅଧ୍ୟାୟ ହୋଇପାରେ ।

୨. କ୍ରିଷ୍ଟିଆନୋ ରୋନାଲ୍ଡୋ, ୪୧ ବର୍ଷ (ପର୍ତ୍ତୁଗାଲ)

ପର୍ତ୍ତୁଗାଲର ଅଧିନାୟକ ରୋନାଲ୍ଡୋ ମଧ୍ୟ ଷଷ୍ଠ ଥର ପାଇଁ ବିଶ୍ୱକପ ଖେଳିବେ । ବର୍ତ୍ତମାନ ସାଉଦି ପ୍ରୋ ଲିଗ୍‌ରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ରୋନାଲ୍ଡୋ ପୂର୍ବରୁ କହି ସାରିଛନ୍ତି ଯେ ଏହା ତାଙ୍କର ଶେଷ ବଡ଼ ଆନ୍ତର୍ଜାତିକ ଟୁର୍ନାମେଣ୍ଟ ହେବ । ତାଙ୍କର ଟ୍ରଫି ତାଲିକାରେ କେବଳ ଏହି ବିଶ୍ୱକପ ଟ୍ରଫିର ଅଭାବ ରହିଛି ।

୩. ଲୁକା ମୋଡ୍ରିଚ୍,୪୦ ବର୍ଷ (କ୍ରୋଏସିଆ)

କ୍ରୋଏସିଆର ‘ଗୋଲ୍ଡେନ୍ ଜେନେରେସନ୍’ର ଅଧିନାୟକ ତଥା ମିଡଫିଲ୍ଡର ମୋଡ୍ରିଚ୍ ୫ମ ଥର ପାଇଁ ବିଶ୍ୱକପ ଖେଳିବେ । ୨୦୧୮ରେ ଦଳକୁ ରନର୍ସଅପ୍ ଏବଂ ୨୦୨୨ରେ ତୃତୀୟ ସ୍ଥାନରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଆହତ ସମସ୍ୟା ଦେଇ ଗତି କରିଥିଲେ ମଧ୍ୟ ସେ ଦଳକୁ ଫେରିଛନ୍ତି ଏବଂ ଏହି ବିଶ୍ୱକପ୍ ପରେ ସେ ସନ୍ନ୍ୟାସ ନେବାକୁ ଯୋଜନା କରୁଛନ୍ତି ।

୪. ମାନୁଏଲ୍ ନୁୟର୍, ୪୦ ବର୍ଷ (ଜର୍ମାନୀ)

​​​​​​​

ଜର୍ମାନୀର କିମ୍ବଦନ୍ତୀ ଗୋଲକିପର ସନ୍ନ୍ୟାସ ଫେରିଛନ୍ତି । ମ୍ୟାନେଜରଙ୍କ ଅନୁରୋଧ କ୍ରମେ ପୁଣି ଦଳକୁ ଫେରିଛନ୍ତି । ୫ମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯାଉଥିବା ଏବଂ ୨୦୧୪ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିବା ନୁୟରଙ୍କର ଏହା ଶେଷ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ହେବ ।

୫. ଗୁଇଲେରମୋ ଓଚୋଆ, ୪୦ ବର୍ଷ (ମେକ୍ସିକୋ)

ମେକ୍ସିକୋର ଏହି ଗୋଲକିପର ମେଗା ଟୁର୍ଣ୍ଣାମେଣ୍ଟରେ ନିଜର ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପାଇଁ ଜଣାଶୁଣା । ୪୦ ବର୍ଷ ବୟସରେ ମଧ୍ୟ ଦଳ ତାଙ୍କ ଅଭିଜ୍ଞତା ଉପରେ ସମ୍ପୂର୍ଣ୍ଣ ଭରସା କରିଛି । ନିଜ ଘରୋଇ ମାଟିରେ ଖେଳାଯାଉଥିବା ଏହି ବିଶ୍ୱକପ୍ ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍ ହେବ ।

ସୌଜନ୍ୟ Prameya News7

Show More
Back to top button