Breaking

Cold Storage: କୃଷି ପ୍ରଧାନ ଜିଲ୍ଲାରେ ନାହିଁ ଶୀତଳଭଣ୍ତାର

ନବରଙ୍ଗପୁର (ସୁରେଶ ନାଇଡୁ): ଧାନ, ମକା, ଆଖୁ, ପନିପରିବା, ପିଆଜ, ଆଳୁ, ତୈଳବୀଜ, ଡାଲି ଜାତୀୟ ପସଲ ଆଦି ଉତ୍ପାଦନ କରିବା ଓ  ଜଙ୍ଗଲ ଜାତ ଦ୍ରବ୍ୟ, ତେନ୍ତୁଳି ଆଦି ସ˚ଗ୍ରହ କରି ବିକ୍ରି କରିବା କ୍ଷେତ୍ରରେ ନବରଙ୍ଗପୁରଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଏତେ ସବୁ ଚାଷ କରି ମଧ୍ୟ ଏଠାକାର ଚାଷୀମାନେ ଏସବୁକୁ ସାଇତି ରଖି ଚଢ଼ାଦରରେ ବା ଲାଭ ଆସିବା ସମୟରେ ବିକ୍ରି କରିନାହାନ୍ତି।

ସବୁ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ପାଇଁ ସବୁ କୁମ୍ଭୀର କାନ୍ଧଣା କାନ୍ଧୁଥିଲେ ହେଁ ଜିଲ୍ଲାରେ ଗୋଟିଏ ମଧ୍ୟ ଶୀତଳଭଣ୍ତାର ନାହିଁ।  ସରକାରୀ ଭାବେ ଏହାକୁ ସ୍ଥାପନ କରିବା ଦିଗରେ ରାଜନୈତିକ ନେତା ମାନଙ୍କର ଇଛାଶକ୍ତି ନଥିବା ସ˚ପୂର୍ଣ୍ଣ ରୁପେ ପରିଲକ୍ଷିତ ହୋଇଛି।

ଜିଲ୍ଲାରେ ବସବାସ କରୁଥିବା ୧୩ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୭ଲକ୍ଷ ଲୋକ କୃଷି ଉପରେ ନିର୍ଭର। ଜିଲ୍ଲାର ମୋଟ ୧ଲକ୍ଷ ୭୪ହଜାର୩୨୭ହେକ୍ଟର ଜମିରେ ଚାଷ ହୋଇଛି। ଏଥିରେ  ଧାନ ୯୯୨୧୭ , ମକା ୬୧୪୨୧, ଡାଲି ଜାତୀୟ ୨୭୧୪ହେକ୍ଟର, ତୈଳବୀଜ ୨୪୬, ପନିପରିବା ୧୩୦୯ ହେକ୍ଟର, ମସଲା ୫୪୫ହେକ୍ଟର, ଆଖୁ ୪୦୦୦ ହେକ୍ଟର ଓ ମିଲେଟସ୍ ଜାତୀୟ ୪୩୫୯ ହେକ୍ଟରରେ ଚାଷ ହେଉଛି। ଖାସ୍‌ କରି ଶୀତଳଭଣ୍ତାରରେ ଆଳୁ, ପିଆଜ, ତେନ୍ତୁଳି, ବନଜାତ ଦ୍ରବ୍ୟ, ମକାମ˚ଜି , ମହୁଲଫୁଳ, ଶାଳମ˚ଜି, ପନିପରିବା ଆଦି ଜମା କରି ରଖିହେବ। କିନ୍ତୁ ଜିଲ୍ଲାର ଚାଷୀଙ୍କ ପାଇଁ ଶୀତଳଭଣ୍ତାର ନଥିବା ନିଶ୍ଚିତ ରୁପେ ଦୁଃଖ ଦାୟକ ଘଟଣା।

ଏହାର ସୁଯୋଗରେ ଆନ୍ଧ୍ର, ଛତିଶଗଡର ବ୍ୟବସାୟୀ ଓ ଦଲାଲ ମାନେ ଗାଁକୁ ଗାଁ ବୁଲି ଋତୁକାଳୀନ ଖାଦ୍ୟ ଯେଭଳି ତେନ୍ତୁଳି ଓ ଆମ୍ବ ଗଛ ସହ କିଣୁଛନ୍ତି। ବନ୍ୟଜାତଦ୍ରବ୍ୟ ଗାଁର ଘରକୁ ଘର ଯାଇ ସଂଗ୍ରହ କରି ତୁରନ୍ତ ପଇସା ଦେଉଛନ୍ତି। ଜିଲ୍ଲାରେ ଗତ ଦଶନ୍ଧିଧରି ବିଦ୍ୟୁତ ସମସ୍ୟା ଯୋଗୁଁ ଏହା କରିବା ସମ୍ଭବ ପର ହୋଇନଥିବା ଜୈନେକ ଯୁବ ଉଦ୍ୟୋଗୀ କହିଛନ୍ତି। ସେପରି ବହୁ ଯୁବଉଦ୍ୟୋଗୀ ଏହା ସ୍ଥାପନ କରିବାକୁ ଆସିବା ପରେ ମଧ୍ୟ ସରକାରୀ ଭାବେ ଯେଭଳି ପ୍ରତ୍ସାହନ ଦେବା କଥା ତଥା ବ୍ୟାଙ୍କ ସହ ଲିଙ୍କେଜ୍‌ କରାଇ ରୁଣ ଆଦି କରିବା କଥା କିଛି ନ କରିବା ଫଳରେ ବହୁ ଯୁବ ଉଦ୍ୟୋଗୀ ଏହା କରିବାକୁ ଚାହିଁ ମଧ୍ୟ କରିନଥିବା କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button