Football: ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌: ଫାଇନାଲ୍‌ରେ ଭାରତ

ଭାରତୀୟ ୨୦ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳ ଚଳିତ ସାଫ୍ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାରର ଫାଇନାଲ୍‌ରେ ଭୁଟାନକୁ ଏକତରଫା ଭାବେ ୫-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଯୁବ ଦଳ ଲଗାତାର ବିଜେତା ହେବା ଦିଗରେ ମଧ୍ୟ ଏକ ବଡ଼ ପାଦ ବଢ଼ାଇଛି।

ମାଲେ: ଭାରତୀୟ ୨୦ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳ ଚଳିତ ସାଫ୍ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାରର ଫାଇନାଲ୍‌ରେ ଭୁଟାନକୁ ଏକତରଫା ଭାବେ ୫-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଯୁବ ଦଳ ଲଗାତାର ବିଜେତା ହେବା ଦିଗରେ ମଧ୍ୟ ଏକ ବଡ଼ ପାଦ ବଢ଼ାଇଛି। ଏହି ଏକତରଫା ମୁକାବିଲର ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୦ରେ ଆଗୁଆ ହୋଇ ଖେଳକୁ ନିୟନ୍ତ୍ରଣରେ ରଖିଥିଲା। ପୁଣି ଦ୍ବିତୀୟାର୍ଦ୍ଧରେ ଏହି ଆଧିପତ୍ୟ ଧାରାକୁ ଆଗେଇ ନେଇ ଆଉ ୩ଟି ଗୋଲ୍‌ ହେବା ସହ ସହଜ ବିଜୟ ପାଇଥିଲା।

ମହେଶ ଗାୱଲିଙ୍କ ନେତୃତ୍ବରେ ଖେଳୁଥିବା ଭାରତୀୟ ଦଳ ସୁଯୋଗକୁ ଗୋଲ୍‌ରେ ରୂପାନ୍ତର କରିବାର ଅସାମାନ୍ୟ ଦକ୍ଷତା ଲାଗି ନିଜେ ଗୋଲ୍‌ ପରେ ଗୋଲ୍‌ କରି ଚାଲିଥିଲା। କିନ୍ତୁ ରକ୍ଷଣଭାଗରେ ଅପୂର୍ବ ତାଳମେଳର ପରିଚୟ ଦେଇ ଭୁଟାନକୁ ଗୋଟିଏ ହେଲେ ବି ଗୋଲ୍‌ ଦେବାର ସୁଯୋଗ ଦେଇ ନଥିଲା। ଦଳପକ୍ଷରୁ ରୋହେନ ଚାପହାମାୟୁମ୍‌ (୫୬, ୫୭ ମିନିଟ୍‌) ଦୁଇଟି ଗୋଲ୍‌ ଦେଇଥିଲା ବେଳେ ଓମଙ୍ଗ ଡୋଡୁମ (୫ ମିନିଟ୍‌), ମହମ୍ମଦ ଅର୍ବାସ (୪୪ ମିନିଟ୍‌) ଓ ଥୋକମ ମାଲେମଙ୍ଗବା (୯୦+୨) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଫାଇନାଲ୍‌ରେ ଭାରତ ପଡ଼ୋଶୀ ବାଂଲାଦେଶକୁ ଭେଟିବ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version