Italy disqualified: ଇଟାଲି ପୁଣି ଅଯୋଗ୍ୟ, ପ୍ରଶଂସକଙ୍କ ବିକ୍ଷୋଭ

ଚାରିଥରର ବିଜେତା ଇଟାଲି କ୍ରମାଗତ ତୃତୀୟ ଥର ପାଇଁ ଫିଫା ବିଶ୍ବକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିପାରିନାହିଁ। ମଙ୍ଗଳବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ଏହି ୟୁରୋପୀୟ ଫୁଟ୍‌ବଲ୍‌ ମହାଶକ୍ତି ବୋସନିଆ-ହରଜେଗୋଭିନାଠାରୁ ପରାସ୍ତ....

ରୋମ୍‌: ଚାରିଥରର ବିଜେତା ଇଟାଲି କ୍ରମାଗତ ତୃତୀୟ ଥର ପାଇଁ ଫିଫା ବିଶ୍ବକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିପାରିନାହିଁ। ମଙ୍ଗଳବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ଏହି ୟୁରୋପୀୟ ଫୁଟ୍‌ବଲ୍‌ ମହାଶକ୍ତି ବୋସନିଆ-ହରଜେଗୋଭିନାଠାରୁ ପରାସ୍ତ ହେବା ପରେ ଆଗାମୀ ବିଶ୍ବକପ୍‌ ଖେଳିବା ସ୍ବପ୍ନ ଚୂର୍‌ମାର୍‌ ହୋଇଯାଇଛି। ନିୟମିତ ସମୟରେ ୧-୧ରେ ମ୍ୟାଚ୍‌ ଡ୍ର’ ହେବା ପରେ ବୋସନିଆ-ହରଜେଗୋଭିନା ୪-୧ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଇଟାଲିକୁ ପରାସ୍ତ କରି ବିଶ୍ବକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିଛି। ଏହା ପୂର୍ବରୁ ୨୦୧୮ ଓ ୨୦୨୨ ବିଶ୍ବକପ୍‌ ପାଇଁ ମଧ୍ୟ ଇଟାଲି ଯୋଗ୍ୟତା ଅର୍ଜନ କରି ନଥିଲା।

ଏହି ଖବର ଜଣାପଡ଼ିବା ପରେ  ପ୍ରଶଂସକ ରାସ୍ତାକୁ ଓହ୍ଲାଇ ନିଜର ଅସନ୍ତୋଷ ଜାହିର କରିଛନ୍ତି। ମିଳିତ ଭାବେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଭଳି ଶୋଚନୀୟ ପ୍ରଦର୍ଶନ ପାଇଁ ଇଟାଲିର ଅଧିନାୟକ ଜିଆନଲୁଗି ଡୋନାରୁମ୍ମା ଦୁଃଖ ପ୍ରକାଶ କରିବା ସହ ଦଳ ପ୍ରତି ନିଜର ସମର୍ଥନ ଓ ବିଶ୍ବାସ ବଜାୟ ରଖିବାକୁ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଇରାନ୍‌ ଓ ତୁର୍କୀ ମେକ୍ସିକୋ, କାନାଡ଼ା ଓ ଆମେରିକାରେ ଚଳିତ ବର୍ଷ ଜୁନ୍‌ ୧୧ରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବକପ୍ ଲାଗି ଯୋଗ୍ୟତା ଆର୍ଜନ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

 

Exit mobile version