ଜିଲ୍ଲାରାଜ୍ୟ

Fuel Crisis: ବୃଦ୍ଧି ପାଉଛି ତୈଳ ସଙ୍କଟ, ଗଜପତି ଜିଲ୍ଲାର ୯ ପେଟ୍ରୋଲ ପମ୍ପ ଶୁଖିଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ତୈଳ ସଙ୍କଟ ଦିନକୁ ଦିନ ଉଦବେଗଜନକ ରୂପ ନେଉଛି। ଆଜି ମଧ୍ୟ ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ, କିଛି ସ୍ଥାନରେ କେବଳ ପେଟ୍ରୋଲ ଉପଲବ୍ଧ ଥିବା ସହ ଡିଜେଲ୍ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଥିବା ଜଣାପଡ଼ିଛି। ଫଳରେ ସାଧାରଣ ଲୋକ, ଯାନବାହନ ଚାଳକ ଓ ବ୍ୟବସାୟୀମାନେ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପେଟ୍ରୋଲ ପମ୍ପ ବନ୍ଦ

ସୂଚନା ଅନୁଯାୟୀ, ଜିଲ୍ଲାରେ ଥିବା ମୋଟ ୨୨ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୯ଟି ପମ୍ପରେ ତୈଳ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଥିବାରୁ ସେଗୁଡ଼ିକ ବନ୍ଦ ପଡ଼ିଛି। ଅଥବା ଅଞ୍ଚଳରେ ଗୋଟିଏ ପମ୍ପ, କାଶୀନଗରରେ ଦୁଇଟି, ଖଜୁରୀପଦାରେ ଗୋଟିଏ, ପାରଳାଖେମୁଣ୍ଡି ସହରରେ ୩ଟି,ଲାବାଣ୍ୟଗଡ଼ରେ ଗୋଟିଏ ଓ ଗୁରାଣ୍ଡି ଅଞ୍ଚଳରେ ଗୋଟିଏ ପେଟ୍ରୋଲ ପମ୍ପ ବନ୍ଦ ଥିବା ଜଣାପଡ଼ିଛି। ଯେଉଁ ପମ୍ପଗୁଡ଼ିକ ଚାଲୁ ଅଛି, ସେଠାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ସୀମିତ ପରିମାଣରେ ମିଳୁଥିବାରୁ ଗାଡ଼ି ଚାଳକମାନେ ଦୀର୍ଘ ସମୟ ଧରି ଲାଇନ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଡିଜେଲ୍ ଅଭାବର ପ୍ରଭାବ ମାଲବାହୀ ଗାଡ଼ି, ବସ୍ ସେବା ଓ କୃଷି କାର୍ଯ୍ୟରେ ବ୍ୟବହୃତ ଯାନବାହନ ଉପରେ ପଡ଼ୁଛି। ସ୍ଥିତି ଦିନକୁ ଦିନ ସଙ୍ଗିନ ହେଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ବଢ଼ୁଛି। ଶୀଘ୍ର ତୈଳ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରଶାସନ ଓ ତୈଳ କମ୍ପାନୀମାନଙ୍କୁ ଦାବି କରାଯାଉଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button