Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ନୂଆ ବଜେଟ୍‌ ଅନୁକୂଳ ସ୍ମାର୍ଟଫୋନ୍‌

ସାମ୍‌ସଙ୍ଗ କମ୍ପାନି ନିକଟରେ ଏକ ବଜେଟ୍‌ ଅନୁକୂଳ ସ୍ମାର୍ଟଫୋନ୍ ଉନ୍ମୋଚନ କରିଛି। ‘ଗାଲାକ୍ସି ଏଫ୍‌୭୦ଇ ୫ଜି’ ନାମକ ଏହି ଫୋନଟି ୧୨୦ହର୍ଜ ରିଫ୍ରେସ୍‌ ରେଟ୍‌, ୬୦୦୦ ଏମ୍‌ଏଏଚ୍‌ ବ୍ୟାଟେରି, ଛଅ ବର୍ଷର ସଫ୍‌ଟୱେର ଅପ୍‌ଡେଟ୍‌ର ପ୍ରତିଶ୍ରୁତି ଭଳି ବୈଶିଷ୍ଟ୍ୟ ପ୍ରଦାନ କରୁଛି।

ସାମ୍‌ସଙ୍ଗ କମ୍ପାନି ନିକଟରେ ଏକ ବଜେଟ୍‌ ଅନୁକୂଳ ସ୍ମାର୍ଟଫୋନ୍ ଉନ୍ମୋଚନ କରିଛି। ‘ଗାଲାକ୍ସି ଏଫ୍‌୭୦ଇ ୫ଜି’ ନାମକ ଏହି ଫୋନଟି ୧୨୦ହର୍ଜ ରିଫ୍ରେସ୍‌ ରେଟ୍‌, ୬୦୦୦ ଏମ୍‌ଏଏଚ୍‌ ବ୍ୟାଟେରି, ଛଅ ବର୍ଷର ସଫ୍‌ଟୱେର ଅପ୍‌ଡେଟ୍‌ର ପ୍ରତିଶ୍ରୁତି ଭଳି ବୈଶିଷ୍ଟ୍ୟ ପ୍ରଦାନ କରୁଛି। ଏହି ଫୋନ୍‌ଟି ମିଡିଆଟେକ୍‌ ଡିମେନ୍‌ସିଟି ୬୩୦୦ ଚିପ୍‌ସେଟ୍‌ ଦ୍ବାରା କାର୍ଯ୍ୟକ୍ଷମ ଏବଂ ୧୨୮ଜିବି ମୋମୋରି ଓ ୬ଜିବି ପର୍ଯ୍ୟନ୍ତ ଏଲ୍‌ପିଡିଡିଆର୍‌ ରାମ୍‌ ସହିତ ସଂଯୁକ୍ତ।

ଆଣ୍ଡ୍ରୋଏଡ୍‌ ୧୬ ଉପରେ ପର୍ଯ୍ୟବସିତ ‘ଵାନ୍‌ ୟୁଆଇ ୮’ ଅପରେଟିଂ ସିଷ୍ଟମ୍‌ ଏହି ଫୋନ୍‌କୁ ଚଳାଇଥାଏ। ଫଟୋ ଉଠାଇବା ପାଇଁ ପଛ ପଟେ ଦୁଇଟି କ୍ୟାମେରା ଲାଗିଛି- ଗୋଟିଏ ୫୦ ମେଗାପିକ୍ସଲ ମୁଖ୍ୟ କ୍ୟାମେରା ଓ ଅନ୍ୟଟି ୨ ମେଗାପିକ୍ସଲ ଡେଫ୍‌ଥ ସେନ୍‌ସର୍‌। ସେଲ୍‌ଫି ପାଇଁ ଏଥିରେ ୮ ମେଗାପିକ୍ସଲ କ୍ୟାମେରା ରହିଛି। ଏହି ଫୋନ୍‌ର ଏଚ୍‌ଡି+ ଏଲ୍‌ସିଡି ପରଦାରଟିର ଆକାର ୬.୭ ଇଞ୍ଚ। ‘ଗାଲାକ୍ସି ଏଫ୍‌୭୦ଇ ୫ଜି’କୁ ଲାଇମ୍‌ଲାଇଟ୍‌ ଗ୍ରିନ୍‌ ଓ ସ୍ପଟ୍‌ଲାଇଟ୍‌ ବ୍ଲୁ ପରି ଦୁଇଟି ରଙ୍ଗରେ କିଣିହେବ। ୪ଜିବି ରାମ୍‌ ସଂସ୍କରଣର ମୂଲ୍ୟ ୧୨,୯୯୯ ଟଙ୍କା ହୋଇଥିବା ବେଳେ ୬ଜିବି ରାମ୍‌ ସଂସ୍କରଣ ପାଇଁ ୧୪,୪୯୯ ଟଙ୍କା ଦେବାକୁ ପଡ଼ିବ। ଆସନ୍ତା ୧୭ ତାରିଖରେ ଫ୍ଲିପ୍‌କାର୍ଟ ଓ ସାମସଙ୍ଗ ୱେବ୍‌ସାଇଟ୍‌ରେ ଏହାର ବିକ୍ରି ଆରମ୍ଭ ହେବ।

ସୌଜନ୍ୟ ସମ୍ବାଦ

Exit mobile version