ଖେଳ

Gill: ଗିଲ୍‌ ପୁଣି ୧ନଂ ଦିନିକିଆ ବ୍ୟାଟର୍‌: ଟ୍ବେଣ୍ଟି-୨୦ରେ ସୂର୍ଯ୍ୟବଂଶୀଙ୍କ ବଡ଼ ଲମ୍ଫ

ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ପୁଣି ଥରେ ବିଶ୍ବର ୧ନମ୍ବର ଦିନିକିଆ ବ୍ୟାଟର୍‌ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧୮୮ ରନ୍‌ର ପାଳି ଖେଳିଥିବା ଗିଲ୍‌ (୮୦୧ ପଏଣ୍ଟ୍‌) ବୁଧବାର ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାର ଗୋଟିଏ ସ୍ଥାନ ଉଠି ଶୀର୍ଷରେ ପହଞ୍ଚିଛନ୍ତି।

ଦୁବାଇ: ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ପୁଣି ଥରେ ବିଶ୍ବର ୧ନମ୍ବର ଦିନିକିଆ ବ୍ୟାଟର୍‌ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧୮୮ ରନ୍‌ର ପାଳି ଖେଳିଥିବା ଗିଲ୍‌ (୮୦୧ ପଏଣ୍ଟ୍‌) ବୁଧବାର ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାର ଗୋଟିଏ ସ୍ଥାନ ଉଠି ଶୀର୍ଷରେ ପହଞ୍ଚିଛନ୍ତି। ଆହତ ଯୋଗୁଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଦୁଇ ମ୍ୟାଚ୍‌ ଖେଳି ନଥିବା ନ୍ୟୁଜିଲାଣ୍ଡର ଡାରିଲ ମିଚେଲ (୭୯୪) ଶୀର୍ଷ ସ୍ଥାନରୁ ଖସି ଦ୍ବିତୀୟରେ ରହିଛନ୍ତି। ଅନ୍ୟ ଦୁଇ ଭାରତୀୟ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ସ୍ଥିର ରହିଛନ୍ତି। ବୋଲିଂ‌ ମାନ୍ୟତାର ଶୀର୍ଷ ୧୦ରେ କୌଣସି ଭାରତୀୟ ନଥିଲା ବେଳେ କୁଲଦୀପ ଯାଦବ (ଏକାଦଶ) ଏହାର ନିକଟତର ଅଛନ୍ତି। ଅଲ୍‌ରାଉଣ୍ଡରରେ ଅକ୍ଷର ପଟେଲ (ନବମ) କେବଳ ଭାରତୀୟ ଭାବେ ଶୀର୍ଷ ୧୦ରେ ରହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button