Madhyapradesh: ମଧ୍ୟପ୍ରଦେଶରେ ଖୁବ୍ଶୀଘ୍ର ଲାଗୁ ହେବ ୟୁସିସି: ଲୋକଙ୍କଠାରୁ ପରାମର୍ଶ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶ ସରକାର ରାଜ୍ୟରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବାକୁ ଯାଉଛନ୍ତି ବୋଲି ସୋମବାର ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏଥିପାଇଁ ନୂତନ ଭାବରେ ଆରମ୍ଭ ହୋଇଥିବା ଅନ୍ଲାଇନ୍ ପରାମର୍ଶ ପୋର୍ଟାଲ୍ ମାଧ୍ୟମରେ ନାଗରିକମାନଙ୍କୁ ସେମାନଙ୍କର ମତାମତ ବାଣ୍ଟିବାକୁ କହିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ବିବୃତିରେ ମୋହନ ଯାଦବ କହିଛନ୍ତି ଯେ, ଜଣେ ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଛଅଜଣିଆ କମିଟି ରାଜ୍ୟରେ ୟୁସିସି ଲାଗୁ କରିବା ବିଷୟରେ ଧାର୍ମିକ ନେତାମାନଙ୍କଠାରୁ ମତାମତ ସଂଗ୍ରହ କରିବ।
ଉତ୍ତରାଖଣ୍ଡ ଓ ଗୁଜରାଟ ସରକାର ୟୁସିସିି ଲାଗୁ ପାଇଁ ଢାଞ୍ଚା ପ୍ରସ୍ତୁତ କରିସାରିଛନ୍ତି ଓ ମଧ୍ୟ ପ୍ରଦେଶ ଏହାକୁ ଅନୁସରଣ କରିବ। ସେ କହିଛନ୍ତି ଯେ, ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଗଠିତ ପ୍ୟାନେଲ୍ ବର୍ତ୍ତମାନ ସମସ୍ତ ସମ୍ପ୍ରଦାୟର ଅଂଶୀଦାରମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛି। କମିଟି ରିପୋର୍ଟ ପ୍ରସ୍ତୁତ କରିବା ପରେ ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କରିବ। ରାଜ୍ୟ ସରକାର ଖୁବ୍ ଶୀଘ୍ର ଏହାକୁ ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୋହନ ଯାଦବ କହିଛନ୍ତି।
ସୌଜନ୍ୟ ସମ୍ବାଦ




