ଖେଳ

Golden Friday: ସୁନେଲି ଶୁକ୍ରବାର, ଭାରତ ଜିତିଲା ୬ ସ୍ବର୍ଣ୍ଣ; ମୁଷ୍ଟିଯୁଦ୍ଧରୁ ଆସିଲା ୩ ସ୍ବର୍ଣ୍ଣ

ଚଳିତ ଏସୀୟ କ୍ରୀଡ଼ାରେ ଭାରତ ଶୁକ୍ରବାର ୧୦ଟି ପଦକ ଜିତିଛି। ତେବେ ସବୁଠାରୁ ଉଲ୍ଲେଖନୀୟ ହେଉଛି ଭାରତୀୟ ଦଳ ଆଜି ଏକାଥରକେ ୬ଟି ସ୍ବର୍ଣ୍ଣ କରାୟତ୍ତ କରିବା। କେବଳ ୬ ସ୍ବର୍ଣ୍ଣ ନୁହେଁ, ଦୁଇଟି ଲେଖାଏଁ ରୌପ୍ୟ ଓ କାଂସ୍ୟ

ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତ ଶୁକ୍ରବାର ୧୦ଟି ପଦକ ଜିତିଛି। ତେବେ ସବୁଠାରୁ ଉଲ୍ଲେଖନୀୟ ହେଉଛି ଭାରତୀୟ ଦଳ ଆଜି ଏକାଥରକେ ୬ଟି ସ୍ବର୍ଣ୍ଣ କରାୟତ୍ତ କରିବା। କେବଳ ୬ ସ୍ବର୍ଣ୍ଣ ନୁହେଁ, ଦୁଇଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତି ଭାରତ ମଧ୍ୟ ଚଳିତ ସଂସ୍କରଣରେ ତା’ର ସଫଳତମ ଦିନ ପାଇଛି। ସ୍ବର୍ଣ୍ଣିମ ଶୁକ୍ରବାରର ଏହି ସୁନେଲି ସଫଳତା ପରେ ଭାରତର ମୋଟ ପଦକ ସଂଖ୍ୟା ୭୬କୁ ବଢ଼ିଛି। ଭାରତୀୟ ଦଳ ମଧ୍ୟ ପଦକ ତାଲିକାର ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି। ବକ୍ସିଂରୁ ଗୋଟିଏ ଦିନରେ ତିନିଟି ସ୍ବର୍ଣ୍ଣ ମିଳିଥିଲା ବେଳେ କୁସ୍ତିରୁ ପ୍ରଥମ ସ୍ବର୍ଣ୍ଣ ଅର୍ଜନ କରିଛି ଭାରତ।

ତୀରନ୍ଦାଜିରେ ଭାରତୀୟ ମହିଳା ରିକର୍ଭ ଦଳ ମଧ୍ୟ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛି। ଶୁକ୍ରବାର ପଦକ ବିଜୟୀ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ଲଭ୍‌ଲୀନା ବର୍‌ଗୋହାଇଁ (ବକ୍ସିଂ), ପ୍ରବୀଣ ହୁଡା (ବକ୍ସିଂ), ଅଙ୍କୁଶ ପଙ୍ଘାଲ (ବକ୍ସିଂ), ମହିଳା ରିକର୍ଭ ଦଳ (ତୀରଜାନ୍ଦି), ସୁଜିତ କାଲକାଲ (କୁସ୍ତି) ଓ ମହିଳା ହକି ଦଳ। ରୌପ୍ୟ ପଦକ ବିଜେତାଙ୍କ ମଧ୍ୟରେ ରହିଛନ୍ତି ରିକର୍ଭ ମିଶ୍ରିତ ଦଳ (ତୀରଜାନ୍ଦି), ପୁରୁଷ ରିକର୍ଭ ଦଳ (ତୀରନ୍ଦାଜି)। ସେହିଭଳି ସେଲିଂର ମହିଳା ଡିଙ୍ଗିରେ ନେତ୍ରା କୁମାନନ ଓ ଭାରତୀୟ ପୁରୁଷ ସିପକଟାକ୍ର ଦଳ ବି କାଂସ୍ୟ ପଦକ ପାଇଛନ୍ତି।

ମୁଷ୍ଟିଯୁଦ୍ଧରୁ ଆସିଲା ୩ ସ୍ବର୍ଣ୍ଣ, ବର୍ଥ ଡେ ଗର୍ଲ ଲଭ୍‌ଲୀନାଙ୍କ ସହ ପ୍ରବୀଣ, ଅଙ୍କୁଶ ଦେଲେ ଐତିହାସିକ ସଫଳତା

ଆଇଚି: ଏସୀୟ କ୍ରୀଡ଼ା ମୁଷ୍ଟିଯୁଦ୍ଧରେ ଭାରତର ୧୨ ବର୍ଷର ସ୍ବର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟିଛି। ଏକାଥରେ ଏହି ଇଭେଣ୍ଟ୍‌ରୁ ଭାରତକୁ ଶୁକ୍ରବାର ମିଳିଛି ୩ଟି ସ୍ବର୍ଣ୍ଣ ପଦକ। ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଲଭ୍‌ଲୀନା ବରଗୋହାଇଁ ସକାଳେ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲା ବେଳେ ସନ୍ଧ୍ୟାରେ ଏଥିରେ ପ୍ରବୀଣ ହୁଡା ଓ ଅଙ୍କୁଶ ପଙ୍ଘଲ ଆଉ ଦୁଇଟି ଯୋଡ଼ିଥିଲେ। ମହିଳା ୭୫ କିଲୋଗ୍ରାମ୍‌ ଫାଇନାଲ୍‌ରେ ଗତ ସଂସ୍କରଣ ରୌପ୍ୟ ବିଜୟିନୀ ଲଭ୍‌ଲୀନା ୫-୦ରେ ଚୀନ୍‌ର ଲି କ୍ବିଆନ୍‌ଙ୍କୁ ହରାଇ ବ୍ୟକ୍ତିଗତ ଭାବେ ଏସୀୟ କ୍ରୀଡ଼ା ପଦକର ରଙ୍ଗ ବଦଳାଇବାକୁ ସକ୍ଷମ ହେବା ସହ ନିଜ ଜନ୍ମଦିନ (ଅକ୍ଟୋବର ୨)କୁ ସ୍ମରଣୀୟ କରିଛନ୍ତି। ଏଥିସହ ୨୯ ବର୍ଷରେ ପାଦ ଦେଇଥିବା ଲଭ୍‌ଲୀନା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିବାରେ କିଂବଦନ୍ତି ଏମ୍‌ସି ମେରିକମ୍‌ଙ୍କ ପରେ ଦ୍ବିତୀୟ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ହୋଇଛନ୍ତି। ମେରିକମ୍‌ ୨୦୧୪ ଇଞ୍ଚନ୍‌ରେ ଫ୍ଲାଏୱେଟ୍‌ (୫୧ କିଲୋଗ୍ରାମ)‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button