ଖେଳ

Indian football: ଭାରତୀୟ ଫୁଟ୍‌ବଲ ପାଇଁ ବଡ଼ ଦିନ: କୋଲକାତାରେ ବ୍ରାଜିଲ ମାନିଆ

ଭାରତୀୟ ଫୁଟ୍‌ବଲ ପାଇଁ ଶନିବାର ହୋଉଛି ବହୁତ ବଡ଼ ଦିନ। ଆସନ୍ତାକାଲି ଭାରତ ବିଶ୍ବର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଦଳ ବ୍ରାଜିଲ ବିପକ୍ଷରେ ପ୍ରଥମ ଥର ପାଇଁ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଯାଉଛି।

ଭୁବନେଶ୍ବର: ଭାରତୀୟ ଫୁଟ୍‌ବଲ ପାଇଁ ଶନିବାର ହୋଉଛି ବହୁତ ବଡ଼ ଦିନ। ଆସନ୍ତାକାଲି ଭାରତ ବିଶ୍ବର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଦଳ ବ୍ରାଜିଲ ବିପକ୍ଷରେ ପ୍ରଥମ ଥର ପାଇଁ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଯାଉଛି। ଏହି ମ୍ୟାଚ୍‌ କୋଲକାତାର ସଲ୍ଟ୍‌ଲେକ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। କେବେ ବି ଫିଫା ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରି ନଥିବା ଭାରତ ୨୦୨୭ ଏସିଆନ୍‌ ଯୋଗ୍ୟତାରେ ବିଫଳ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ବ୍ରାଜିଲ୍‌ ସହ ଫ୍ରେଣ୍ଡ୍‌ଲି ଖେଳିବାକୁ ଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫଏଫ) ଏସିଆନ୍‌ କପ୍‌ରୁ ଓହରିଯିବା ଭଳି ସାହସିକ ନିଷ୍ପତ୍ତି ନେଇଥିଲା। ଭାରତୀୟ ଖେଳାଳିଙ୍କୁ ବଡ଼ ମଞ୍ଚ ଓ ଅଭିଜ୍ଞତା ପ୍ରଦାନ କରିବା ଅସଲ ଉଦ୍ଦେଶ୍ୟ ରହିଛି। କେବଳ ବ୍ରାଜିଲ୍‌ ନୁହେଁ ଅନ୍ୟତମ ବିଶ୍ବକପ୍‌ ଦଳ ଉରୁଗୁଏ ବିପକ୍ଷରେ ମଧ୍ୟ ସଲ୍ଟଲେକ୍‌ ଷ୍ଟାଡିୟମ୍‌ରେ ଅକ୍ଟୋବର ୬ ତାରିଖରେ ଆଉ ଏକ ଫ୍ରେଣ୍ଡ୍‌ଲି ଖେଳିବ। ସେପ୍ଟେମ୍ବର ୨୫ରେ ବେଙ୍ଗାଲୁରୁରେ ପାନାମା ବିପକ୍ଷ ମୁକାବିଲାକୁ ୧-୧ରେ ଡ୍ର’ ରଖିଥିବାରୁ ଖାଲିଦ ଜମିଲଙ୍କ ଦଳ କିଛିଟା ଆତ୍ମବିଶ୍ବାସ ରଖିଛି। ଜମିଲ୍‌ କିନ୍ତୁ ଶୁକ୍ରବାର ସ୍ବୀକାର କରିଛନ୍ତି ଭାରତୀୟ ଖେଳାଳି ଭୟ ଓ ଚାପରେ ଅଛନ୍ତି। ସେମାନଙ୍କୁ ନିଜ ନିଜ ଦାୟିତ୍ବ ତୁଲାଇବାକୁ ଜମିଲ ପରାମର୍ଶ ଦେଇଛନ୍ତି। ବ୍ରାଜିଲ୍‌ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହୋଇ ଭାରତକୁ ଆସିଥିବାରୁ ଲୟରେ ରହିଛି। ‘ବ୍ରାଜିଲ୍‌ ବିପକ୍ଷରେ ସରଳ ଭାବେ ଖେଳିବାକୁ ପଡ଼ିବ। ମୌଳିକ ଫୁଟ୍‌ବଲ୍‌ ଖେଳିବାକୁ ହେବ ଏବଂ ଭୁଲ ନକଲେ ଭଲ। ନଚେତ୍ ଏଥି ପାଇଁ ମୂଲ୍ୟ ଦେବାକୁ ପଡ଼ିବ’ ବୋଲି କହିଛନ୍ତି ଭାରତୀୟ ଦଳର କୁଏତୀୟ ପ୍ରଶିକ୍ଷକ ଖାଲିଦ ଜମିଲ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button